33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିବାହ ଉତ୍ସବରେ ସାଙ୍ଗଙ୍କ ହରକତ ବର ପାଇଁ ପଡ଼ିଲା ମହଙ୍ଗା

ବିବାହ ଉତ୍ସବରେ ସାଙ୍ଗଙ୍କ ହରକତ ବର ପାଇଁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ : ବିବାହ ସମସ୍ତଙ୍କ ପାଇଁ ଏକ ଅଭୂଲା ମୂହୁର୍ତ୍ତ । ଆଉ ସାଙ୍ଗ ସାଥୀଙ୍କ ଗହଣରେ ତ ବିବାହର ମଜା ତ ନିଆରା । ହେଲେ ବେଳେ ବେଳେ ସାଙ୍ଗ ସାଥୀଙ୍କ ହରକତ ବର ପାଇଁ ପଡ଼ିଯାଇଥାଏ ମହଙ୍ଗା । ଏମିତି ଏକ ଘଟଣା ଘଟିଛି ରୋମାନିଆରେ । ବିବାହ ଉତ୍ସବରେ ସାଙ୍ଗଙ୍କ ମଜାଳିଆ ହରକତ ପାଇଁ ବିଚରା ବରର ଭାଙ୍ଗିଛି ହାଡ । ଚଉଠି ରାତିରୁ ବଞ୍ଚିତ ହୋଇ ହସପିଟାଲରେ ରାତି କାଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ରୋମାନିଆର ବେଲି ଫେଲିକ୍ସରେ ରହୁଥିବା ୩୧ ବର୍ଷ ବୟସ୍କ୍ ଲିଭ୍ୟୁ ଫିଲମନ୍‌ଙ୍କ ବିବାହ ଉତ୍ସବ ଜୋରଦାରରେ ଚାଲିଥିଲା । ଉତ୍ସବରେ ଯୋଗ ଦେଇଥିବା ସାଙ୍ଗମାନେ ଖୁବ ମଜା କରିବା ସହ ବରକୁ ଉପରକୁ ଫିଙ୍ଗି ଧରିବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଉତ୍ସବରେ ନାଚଗୀତ ଚାଲିଥିବା ବେଳେ ସବୁ ସାଙ୍ଗମାନେ ଏକ ହୋଇ ଫିଲମନଙ୍କୁ ଉପରକୁ ଫିଙ୍ଗିଥିଲେ । ହେଲେ ଠିକ୍ ସମୟରେ ବନ୍ଧୁ ଫିଲମନଙ୍କୁ ଧରି ପାରିନଥିଲେ । ଫଳରେ ଫିଲମନ୍ ତଳେ କଚାଡ଼ି ହୋଇ ପଡ଼ିଥିଲେ ଓ ତାଙ୍କର ମେରୁ ହାଡ ଜଖମ ହୋଇଥିଲା । ସଂଙ୍ଗେ ସଂଙ୍ଗେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦୁଇ ଦିନ ପରେ ସେ ସାଧାରଣ ଅବସ୍ଥାକୁ ଫେରିଥିଲେ । ତଥାପି ଏବେ ସେ ନ୍ୟୁରୋ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସାଙ୍ଗଙ୍କ ହରକତ ପାଇଁ ଫିଲିପଙ୍କ ଚଉଠି ରାତି ଫେଲ ମାରିଛି । ଫିଲିପ ଏବେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ହେଲେ ସବୁଠୁ ଦୁଃଖ କଥା ହେଉଛି ଆହତ ହେବା ପରେ ଫିଲିପ ମେଡିକାଲରେ ଥିବା ବେଳେ ବିବାହ ଉତ୍ସବ ପୂର୍ବ ପରି ଚାଲୁ ରହିଥିଲା । ଫିଲିପ ମେଡିକାଲରେ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଘରେ ସାଙ୍ଗ ସାଥୀଙ୍କ ମେଳରେ ଉତ୍ସବ କିନ୍ତୁ ଚାଲିଥିଲା । ଫିଲିପଙ୍କୁ ଏହି ଘଟଣା ବହୁତ ଦୁଃଖ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking