28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମା’ ପ୍ରେମିକ ସହ ମିଶି ପୁଅକୁ ଶେଷରେ....

ମା’ ପ୍ରେମିକ ସହ ମିଶି ପୁଅକୁ ଶେଷରେ….

ଚେନ୍ନାଇ: କୁହାଯାଏ ମାଆ କେବେ ବି ନିଜ ପିଲାମାନଙ୍କ ଖରାପ ଚିନ୍ତା କରେ ନାହିଁ । ଏଠାରେ ଜଣେ ମାଆ ନିଜ ପ୍ରେମିକ ସହିତ ମିଶି ନିଜର ୧୨ ବର୍ଷ ପୁଅକୁ ନିର୍ଯାତନା ଦେଇଥିବା ଜଣାପଡ଼ିଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁର କୁଡ୍ଡାଲୋର୍ ଜିଲ୍ଲାରୁ । ଅଭିଯୁକ୍ତ ମାଆ ନିଜର ପୁଅ ଉପରେ ଗରମ ଲୁହା ଚେଙ୍କ୍ ଦେଇଛି । ଏନେଇ ତାଙ୍କ ପଡ଼ୋଶୀ ଚାଇଲ୍ଡଲାଇନ୍‌କୁ ଏ ସମ୍ପର୍କରେ ଜଣାଇଥିଲେ । ସୂଚନା ଅନୁଯାୟୀ, ୩୫ ବର୍ଷର ମାଆ ଓ ତାଙ୍କର ୪୦ ବର୍ଷର ପ୍ରେମିକ ପୁଅ ସହିତ ମାରପିଟ୍ କରିଥିଲେ । ଦିନେ ପିଲାଟି ମାଆଙ୍କ ପ୍ରେମ ସମ୍ବନ୍ଧକୁ ପ୍ରଶ୍ନ କରିଥିଲା । ଏହାକୁ ନେଇ ମାଆ ଓ ପ୍ରେମିକ ତାକୁ ମାଡ଼ ମାରିବା ସହିତ ଗରମ ଲୁହା ନେଇ ପୁଅର ଶରୀରରେ ଚେଙ୍କ ଦେଇ ଦେଇଥିଲେ । ସୂଚନା ପାଇ ଚାଇଲ୍ଡଲାଇନ୍ ଏବଂ ପୋଲିସ୍ ଟିମ୍ ପହଞ୍ଚି ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲେ । ସୂଚନାଯୋଗ୍ୟ, ଅଭିଯୁକ୍ତ ମହିଳାଙ୍କ ସ୍ୱାମୀଙ୍କ କ୍ୟାନସର୍‌ରେ ପୀଡ଼ିତ ଥିଲେ ଓ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ମାଆ ଆଉ ଜଣେ ପୁରୁଷର ସମ୍ପର୍କରେ ଆସିଥିଲେ । ତାପରଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ରହିଥିଲା । ମହିଳା ଜଣକ ନିଜ ପୁଅକୁ ବିଭିନ୍ନ ପ୍ରକାରରେ ଅତ୍ୟାଚାର ଦେଉଥିଲେ । ଦିନେ ମହିଳା ଓ ତାଙ୍କ ପ୍ରେମିକ ମିଶି ପୁଅକୁ ରାତିରେ ଘରୁ ବାହାରକୁ ବାହାର କରିଦେଲେ । ପୁଅଟି ପୂରା ରାତି ଅଟୋ ରିକ୍ସାରେ ବିତାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking