29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଯୁବତୀ ମଙ୍ଗେତର ସହ ପ୍ରଥମଥର ଶାରୀରିକ ସମ୍ପର୍କ ରଖି, ଶେଷରେ....

ଯୁବତୀ ମଙ୍ଗେତର ସହ ପ୍ରଥମଥର ଶାରୀରିକ ସମ୍ପର୍କ ରଖି, ଶେଷରେ….

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଯୁବତୀଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି । ତେବେ ଯୁବତୀ ନିଜ ମଙ୍ଗେତର ସହିତ ପ୍ରଥମଥର ପାଇଁ ଶାରୀରିକ ସମ୍ପର୍କ ରଖିଥିଲେ । କୁହାଯାଉଛି ଯେ, ସେହି ସମୟରେ ରକ୍ତସ୍ରାବ ଆରମ୍ଭ ହୋଇଥିଲା । ମଙ୍ଗେତର ଯୁବତୀଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ଅତିରିକ୍ତ ଏପସି ଅଙ୍କିତ ଜାୟସୱାଲ କହିଛନ୍ତି ଯେ, ଯୁବତୀ ଜଣକ ଭୋପାଳ ନିକଟବର୍ତ୍ତୀ ଏକ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ତାଙ୍କର ନିର୍ବନ୍ଧ ସରିଥିଲା । ଯୁବତୀ ନିଜ ମଙ୍ଗେତର ସହ ଦେଖା କରିବାକୁ ଭୋପାଳ ଆସିଥିଲେ । ଏହି ସମୟରେ ଦୁହେଁ ଶାରୀରିକ ସମ୍ପର୍କ ରଖିଥିଲେ ଓ ଯୁବତୀଙ୍କର ବ୍ଲିଡିଂ ଆରମ୍ଭ ହୋଇଥିଲା । ଅଧିକ ସମୟ ପର୍ଯ୍ୟନ୍ତ ବ୍ଲିଡିଂ ବନ୍ଦ ନହେବାରୁ ମଙ୍ଗେତର ଯୁବତୀଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଥିଲା । ଚିକିତ୍ସା ସମୟରେ ଯୁବତୀଙ୍କ ବ୍ଲିଡିଂ ବନ୍ଦ ହେଉନଥିବା ଡାକ୍ତର କହିଥିଲେ । ଅନେକ ଚେଷ୍ଟା ପରେ ବି ଡାକ୍ତରମାନେ ବ୍ଲିଡିଂ ବନ୍ଦ କରିପାରିନଥିଲେ । ଅଧିକ ରକ୍ତସ୍ରାବ ହେବାରୁ ଶେଷରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଡାକ୍ତର ପୋଲିସକୁ ଏନେଇ ଖବର ଦେଇଥିଲେ । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଯୁବକକୁ ଅଟକ କରି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking