29.1 C
Bhubaneswar
Wednesday, May 8, 2024
Homeଅପରାଧ୫୦ ହଜାର ଟଙ୍କା ପାଇଁ ୩ ମାସର ଶିଶୁ ପୁତ୍ରକୁ ବିକ୍ରି କଲା ମା; ରଚିଲା...

୫୦ ହଜାର ଟଙ୍କା ପାଇଁ ୩ ମାସର ଶିଶୁ ପୁତ୍ରକୁ ବିକ୍ରି କଲା ମା; ରଚିଲା ଅପହରଣ କାହାଣୀ

ନୂଆଦିଲ୍ଲୀ: ଗୋରଖନାଥ ଅଂଚଳରେ ଜଣେ ମା ୫୦ ହଜାର ଟଙ୍କାରେ ନିଜର ୩ ମାସର ଶିଶଉ ପୁତ୍ରକୁ ଅନ୍ୟ ଜମେ ମହିଳାଙ୍କୁ ବିକ୍ରି କରିଛି । ଏହି ଘଟଣା ସେହି ମହିଳା ଲୁଚାଇବା ପାଇଁ ଅପହରଣର ମିଛ ନାଟକ ବି ରଚିଲା । ଖବର ଚାରିଆଡେ ଅଳ୍ପ ସମୟରେ ଛାଇଗଲା । ସିସିଟିଭି ଫଟୋ ଆଧାରରେ ପୁଲି, ୧ ଘଣ୍ଟା ମଧ୍ୟରେ ଉକ୍ତ ଶିଶଉ ପୁତ୍ର ସହ କିଣଇଥିବା ମହିଳାଙ୍କୁ ଧରିଲା । ଏବେ ପିଲା କିଣିଥିବା ମହିଳା ଓ ପିଲାର ମା ପୁଲିସ କବଜାରେ ଅଛନ୍ତି । ପିଲା ବିକ୍ରି କରିବାର କାରଣ ଆର୍ଥିକ ସମସ୍ୟା ବୋଲି ଜଣାପଡିଛି । ପୁଲିସ ଦୁଇ ମହିଳାଙ୍କୁ ପଚରାଉଚୁରା କରୁଛି । ଘଟଣାସ୍ଥଳରେ ପୁଲିସ ସିସିଟିଭି ଫଟୋ ଯାଂଚ ଆରମ୍ଭ କରିଥିଲା । ସେଠାରେ ଲାଗିଥିବା ସିସିଟିବିର ସେହି ମହିଲାଙ୍କର ସମସ୍ତ ହରକତ ରେକର୍ଡ ହେଉଥିଲା ।  ଶିଶୁଟିର ମା ଯେୁଁ ମହିଳାଙ୍କ ଉପରେ ପିଲା ଅପହରଣର ଆରୋପ ଆଣିଥିଲା ସେ ନିଜେ ଘଟଣାସ୍ଥଳରେ ତା ସହିତ ଅନେକ ସମୟ କଥା ହେଉଥିବା କ୍ୟାମେରାରେ କଏଦ ହୋଇଥିଲା । ଏହାପରେ ମହିଳା ପିଲାକୁ ସେହି ମହିଳାଙ୍କ ହାତକୁ ଟେକିଦେଇଥିଲା । ପିଲାକୁ ନେଇ ଉକ୍ତ ମହିଳା ଚାଲି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking