33.1 C
Bhubaneswar
Saturday, April 27, 2024
Homeଅପରାଧପାର୍ଟି କରିବାକୁ ଯାଇଥିବା ଯୁବକଙ୍କ ମୃତ୍ୟୁ; ପରିବାର ଆଣିଲେ ହତ୍ୟା ଅଭିଯୋଗ

ପାର୍ଟି କରିବାକୁ ଯାଇଥିବା ଯୁବକଙ୍କ ମୃତ୍ୟୁ; ପରିବାର ଆଣିଲେ ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ: ୟୁପି ଫରୁଖାବାଦରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି । ଯେଉଁଠି ବନ୍ଧୁଙ୍କ ସହିତ ମସ୍ତୀ ଓ ପାର୍ଟି କରିବାକୁ ଯାଇଥିବା ଯୁବକଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି । ଯୁବକଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ ବନ୍ଧୁଙ୍କ ଉପରେ ହତ୍ୟା ଆରୋପ ଲଗାଇଛନ୍ତି । ସେହିଭଳି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି  ଓ ଏହାର ତଦନ୍ତ ଆରମ୍ଭ କରିଛି ।
ଏହି ମାମଲା ଫରୁଖାବାଦ କମାଲଂଗଜ ବସବା ଅଂଚଳର । ଯେଉଁଠି ରହୁଥିବା ଦେବା ନିଜର କିଛି ସାଥୀଙ୍କ ସହିତ ଶନିବାର ସନ୍ଧ୍ୟାରେ ମସ୍ତି କରିବା ପାଇଁ ଫତେହଗଡ ଆସିଥିଲା । ସେଠାରେ ସନ୍ଦେହ ଜନକ ଭାବରେ ଦେବା ଚେତାଶୂନ୍ୟ ହୋଇ ଶୂନଶାନ ଅଂଚଳରେ ପଡିଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏହି ସୂଚନାର ତାର ପରିବାର ଲୋକଙ୍କୁ ଦିଆଯାଇଥିଲା ।
ଏହାପରେ ଖବର ପାଇ ପରିବାର ଲୋକେ ସେଠାରେ ପହଂଚିଥିଲେ ଓ ଦେବାକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଜାଣି ଦେବାର ପରିବାରରେ ଶୋକର ଛାୟା ଖେଳିଗଲା । ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ପଇସା କାରବାର ନେଇ ତାର ବନ୍ଧୁମାନେ ହିଁ ଦେବାର ହତ୍ୟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking