29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୩୦୦ରୁ ଅଧିକ ଛାତ୍ରୀଙ୍କୁ ଅପହରଣ

୩୦୦ରୁ ଅଧିକ ଛାତ୍ରୀଙ୍କୁ ଅପହରଣ

ନୂଆଦିଲ୍ଲୀ: ବନ୍ଧୁକଧାରୀମାନେ ଉତ୍ତର-ପଶ୍ଚିମ ନାଇଜେରିଆର ଏକ ବୋର୍ଡିଂ ସ୍କୁଲରୁ ୩୧୭ ବାଳିକାଙ୍କୁ ଅପହରଣ କରି ନେଇଛନ୍ତି ବୋଲି ଶୁକ୍ରବାର ଦିନ ପୋଲିସ କହିଛି । ଶୁକ୍ରବାର ଦିନ ୧ ରେ ପ୍ରାୟ ୧୨ ଜଣ ଅପହରଣକାରୀ ଜାମଫରା ରାଜ୍ୟର ଜଙ୍ଗବେ ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟରେ ପଶି ଛାତ୍ରୀମାନଙ୍କୁ ଗାଡିରେ ବସାଇବା ପୂର୍ବରୁ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ । ତା ପରଦିନ ସକାଳ ସୁଦ୍ଧା ଅଭିଭାବକ ଓ କମ୍ୟୁନିଟି ଲିଡରମାନେ ନିଖୋଜ ଥିବା ଲୋକଙ୍କ ସଂଖ୍ୟା ଗଣନା କରିଥିଲେ । ତେବେ ଜାମଫରା ପୋଲିସ କହିଛି ଯେ, ସୁରକ୍ଷା କର୍ମୀମାନେ ଅପହରଣକରୀଙ୍କ ପଛରେ ଅନୁସରଣ କରିଥିବା କହିଛି । ବନ୍ଧୁକଧାରୀଙ୍କ ଗୁଳି ଚାଳନା ଶବ୍ଦ ଶୁଣି ସ୍କୁଲ କ୍ୟାମ୍ପସରେ ଦୁଇ ଛାତ୍ରୀଙ୍କ ଅଭିଭାବକ ପହଂଚିଲା ବେଳକୁ ଅପହରଣକାରୀ ସେମାନଙ୍କ ୧୫ ବର୍ଷ ଝିଅ ଓ ୧୪ ବର୍ଷର ଭଣଜାକୁ ନେଇ ଯାଇଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଏକ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଅପହରଣକାରୀ ୪୨ ଜଣଙ୍କୁ ଅପହରଣ କରି ନେଇଥିଲେ । ସେହିପରି ୨୦୧୪ ମସହିାରେ ‘ବୋକା ହାରାମ’ ନାମକ ଏକ ଜିହାଦି ସଙ୍ଗଠନ ୨୭୬ ଜଣ ବାଳିକାଙ୍କୁ ଅପହରଣ କରିନେଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ପତ୍ତା ଆଜି ପର୍ଯ୍ୟନ୍ତ ମିଳିନାହିଁ । ନାଇଜେରିଆରେ ଥିବା ୟୁନିସେଫର ପ୍ରତିନିଧି ଏହି ଘଟଣାରେ ଗଭୀର ମର୍ମାହତ ହେବା ସହ ଦୁଃଖପ୍ରକାଶ କରିଛନ୍ତି । ଅପହୃତ ବାଳିକାମାନଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସେ ନିବେଦନ କରିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking