31.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗରାଜ୍ୟରେ ହେବ ୩୦ଟି ସାଇନ୍ସ ପାର୍କ

ରାଜ୍ୟରେ ହେବ ୩୦ଟି ସାଇନ୍ସ ପାର୍କ

ଭୁବନେଶ୍ୱର: ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ କରାଯିବ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ମନ୍ତ୍ରୀ ଅଶୋକ ପଣ୍ଡା ଏହି ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ପାର୍କ ହେବ । ୪ଟି ସ୍ଥାନରେ ସାଇନ୍ସ ପାର୍କ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ବର୍ତମାନ ବାରିପଦା, କେନ୍ଦୁଝର, ଗୋପାଳପୁର, ରାୟଗଡାରେ ସାଇନ୍ସ ପାର୍କ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ରାଉରକେଲା, ବଲାଙ୍ଗୀରରେ ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ରାଜ୍ୟରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅଧିନରେ ଥିବା ନ୍ୟାସନାଲ୍ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିୟମ୍‌ଙ୍କ ଦ୍ୱାରା ଦୁଇଗୋଟି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସେଗୁଡ଼ିକ ମଧ୍ୟରେ ପ୍ରଥମଟି ଆଂଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ଠାରେ ଓ ଦ୍ୱିତୀୟଟି ବିଜ୍ଞାନକେନ୍ଦ୍ର ଢେଙ୍କାନାଳ ଠାରେ ଅବସ୍ଥାପିତ । ଏତଦ୍‌ବ୍ୟତୀତ ଏକ ଜିଲ୍ଲା ବିଜ୍ଞାନକେନ୍ଦ୍ର ବରଗଡ଼ ଜିଲ୍ଲାର ଟୁକୁର୍ଲା ଠାରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି । ମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଦଫାରେ ରାଜ୍ୟର ୧୦ଗୋଟି ଜିଲ୍ଲା ଯଥା ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର, ସୁନ୍ଦରଗଡ଼, ଜଗତସିଂହପୁର ଜିଲ୍ଲା ବିଜ୍ଞାନ ପାର୍କ ପ୍ରତିଷ୍ଠା କରିବା ପାଇଁ ଯୋଜନା ରହିଛି । ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ଏବଂ ପ୍ଲାନେଟୋରିୟମ ନିର୍ମାଣଧୀନ ଅଛି । ସେହିପରି କୋରାପୁଟ ଜିଲ୍ଲାରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ଏବଂ ରାୟଗଡ଼ ଜିଲ୍ଲାରେ କେବଳ ପ୍ଲାନେଟୋରିୟମ୍ ନିର୍ମାଣଧୀନ ଅଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking