31.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗ୪୪ କୋଟି ଗ୍ରାହକଙ୍କୁ ଏସବିଆଇ କଲା ସତର୍କ

୪୪ କୋଟି ଗ୍ରାହକଙ୍କୁ ଏସବିଆଇ କଲା ସତର୍କ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ତାର ୪୪ କୋଟି ଗ୍ରାହକଙ୍କୁ ୟୁପିଆଇ ଠକାମି ନେଇ ସଚେତନ କରାଇଛି । ଏସବିଆଇ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସତର୍କ ସୂଚନା ଜାରି କରିଛି । ଏସବିଆଇ କହିଛି ଯେ, ଯଦି ଆପଣ ୟୁପିଆଇ ମାଧ୍ୟମରେ ଆକାଉଣ୍ଟରୁ ପଇସା ଡେବିଟ ହେବା ନେଇ ଏସଏମଏସ ଆଲର୍ଟ ପାଉଛନ୍ତି, ଯାହା ଆପଣଙ୍କ ଦ୍ୱାରା ହୋଇନାହିଁ, ତେବେ ସତର୍କ ହୋଇଯାଆନ୍ତୁ । ଟ୍ୱିଟ କରି ଏସବିଆଇ ମିଲିଅନ ଗ୍ରାହକଙ୍କୁ ଆଲର୍ଟ ଜାରି କରିଛି । ଯଦି ଏମିତି ଆପଣ ଏସଏମଏସ ପାଉଛନ୍ତି, ତେବେ ୟୁପିଆଇ ସର୍ଭିସ ପ୍ରଥମେ ବନ୍ଦ କରନ୍ତୁ ।
ଅନଲାଇନ ଠକେଇକୁ ଦୃଷ୍ଟିରେ ରଖି ଏସବିଆଇ ସବୁବେଳେ ତାର ଗ୍ରାହକଙ୍କୁ ଆଲର୍ଟ ରଖୁଛି । ଏବେ ଇନଷ୍ଟାଣ୍ଟ ଲୋନ ଆପ ନେଇ ସତର୍କ କରାଇଛି ବ୍ୟାଙ୍କ । ଯେଉଁମାନେ ବିନା କାଗଜପତ୍ରରେ ମାତ୍ର ୨ ମିନିଟରେ ଲୋନ ପ୍ରଦାନ କରିବା ପାଇଁ କ୍ଲେମ କରୁଛନ୍ତି ଏଭଳି ଆପଠୁ ଦୂରେଇ ରୁହନ୍ତୁ ବୋଲି ଏସବିଆଇ ଚେତାଇ ଦେଇଛି । ତେବେ ୟୁପିଆଇ ସର୍ଭିସ ବନ୍ଦ କରିବା ପାଇଁ ବ୍ୟାଙ୍କ କିଛି ଟିପ୍ସ ଦେଇଛି । ଗ୍ରାହକମାନେ ଟୋଲ ଫ୍ରି ନମ୍ବର ୧୮୦୦୧୧୧୧୦୯କୁ କଲ୍ କରି ୟୁପିଆଇ ସର୍ଭିସ ବନ୍ଦ କରିପାରିବେ । ଏହାକୁ ବାଦ ଦେଲେ ଆପଣ ଆଇଭିଆର ନମ୍ବର ୧୮୦୦-୪୨୫-୩୮୦୦/୧୮୦୦-୧୧-୨୨୧୧ କୁ କଲ୍ କରି ମଧ୍ୟ ଏହାକୁ ବନ୍ଦ କରିପାରିବେ । ଏହାକୁ ବାଦ ଦେଲେ ଆପଣ https://cms.onlinesbi.sbi.com/cms/ ସାଇଟରେ ଅଭିଯୋଗ ମଧ୍ୟ କରିପାରିବେ । ନହେଲେ ୯୨୨୩୦୦୮୩୩୩୩କୁ ଏସଏମଏସ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking