34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭିସୁଟର ୨୫ ଛାତ୍ର କରୋନା ଆକ୍ରାନ୍ତ

ଭିସୁଟର ୨୫ ଛାତ୍ର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବୁର୍ଲା ଭିସୁଟର ୨୫ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ତପ୍ତରତା ପ୍ରକାଶ ପାଇଛି । ଏବେ ହଷ୍ଟେଲରେ ସ୍ଥିତି ସମୀକ୍ଷା କରିଛନ୍ତି ଉପ ଜିଲ୍ଲାପାଳ ଓ ପିଡି ଡିଆରଡିଏ । ସୂଚନାଯୋଗ୍ୟ, ନିମ୍ନଗାମୀ ହୋଇଥିବା କରୋନା ଏବେ ପୁଣି ଉପରମୁହାଁ ହେବାକୁ ବସିଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏବେ ସମସ୍ତ ରାଜ୍ୟ ସରକାର ସଜାଗ ହୋଇ ଉଠିଛନ୍ତି । ବିଶେଷ ଭାବରେ କରୋନାର ନୂଆ ଷ୍ଟ୍ରେନ ଚିନ୍ତା ବଢାଇଛି । କରୋନା ଏବେ ପୁଣି ଚେଇଁ ଉଠିଥିବା ବେଳେ ଏୟାରପୋର୍ଟ ଓ ରେଳ ଷ୍ଟେସନରେ ସ୍କ୍ରିନିଂ ଆରମ୍ଭ ହୋଇଯାଇଛି । ବାହାର ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କର ଏୟାରପୋର୍ଟରେ ଆରଟି ପିସିଆର ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି । ଏବେଠୁ ଯଦି ସତର୍କତା ଅବଲମ୍ବନ କରାନଯାଏ, ତେବେ ପରିସ୍ଥିତି ଅସମ୍ଭାଳ ହେବାର ସ୍ଥିତିକୁ ଏଡାଇ ଦିଆଯାଇନପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking