30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଗୁପ୍‌ଚୁପ୍ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଗୁପ୍‌ଚୁପ୍ ଖାଇ ୧୦୦ରୁ ଅଧିକ ଅସୁସ୍ଥ

କୋଲକାତା : ଗୁପ୍‌ଚୁପ୍ ଖାଇ ୧୦୦ରୁ ଅଧିକ ଅସୁସ୍ଥ । ପଞ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଗୁପ୍‌ଚୁପ୍ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ହୁଗୁଳିର ପୋଲଭା-ସୁଗନ୍ଧା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୋଗାଛିୟା ଗାଁରେ ଏହି ଘଟଣା ଘଟିଛି । ଖବରପାଇ ସ୍ୱାସ୍ଥ୍ୟ ବିଭାଗର ସ୍ପେଶାଲ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସୂଚନା ଅନୁଯାୟୀ, ଦୋଗାଛିୟା ଗାଁର କିଛି ଲୋକ ଗୁପ୍‌ଚୁପ୍ ଖାଇବା ପରେ ଝାଡ଼ାବାନ୍ତି ହେବାସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ଜଣକ ପରେ ଜଣେ ଏପରି ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ଗୁପ୍‌ଚୁପ୍ ଖାଇବା ପରେ ଜଣକ ପରେ ଜଣେ ଅସୁସ୍ଥ ହେବାରୁ ପ୍ରଥମେ ସେମାନଙ୍କୁ ପୋଲଭା ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ପେଶାଲ ଟିମ୍ ଗାଁରେ ପହଞ୍ଚିଛନ୍ତି । ଏହାସହ ଅସୁସ୍ଥଙ୍କ ପରିବାରକୁ ଔଷଧ, ଓଆର୍‌ଏସ୍ ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଲାଗି ପରାମର୍ଶ ଦେଇଛନ୍ତି । ଅନେକ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପ୍‌ଚୁପ୍ ତିଆରି ହେଉଥିବା ଦେଖିବାକୁ ମିଳିଛି । ବର୍ଷା ଦିନରେ ବାହାର ଖାଇବା ବାରଣ ଥିବା ସତ୍ତ୍ୱେ କିଛି ଲୋକ ବାହାର ଖାଇବା ଯଥା- ଗୁପ୍‌ଚୁପ୍‌, ରାସ୍ତାକଡ଼ରେ ଠେଲାରେ ବିକ୍ରି ହେଉଥିବା ଖାଦ୍ୟ ଇତ୍ୟାଦି ଖାଇ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking