30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଯମୁନା ନଦୀରେ ଡଙ୍ଗା ବୁଡି ଘଟଣା, ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ଯମୁନା ନଦୀରେ ଡଙ୍ଗା ବୁଡି ଘଟଣା, ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାର ଯମୁନା ନଦୀରେ ଡଙ୍ଗା ବୁଡିବା ଘଟଣା । ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଥିବାବେଳେ, ଏବେ ସୁଦ୍ଧା ଅନେକ ନିଖୋଜ ଅଛନ୍ତି । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ରହିଥିବାବେଳେ ଜଣେ ଶିଶୁ ଓ ଜଣେ ପୁରୁଷ ରହିଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ଏକ ଡଙ୍ଗାରେ ୪୦ଜଣ ଯାତ୍ରୀ ଫତେହପୁରରୁ ଅଭିମୁଖେ ଯାତ୍ରା ଯମୁନା ନଦୀରେ ଯାତ୍ରା କରୁଥିଲେ । କୌଣସି କାରଣବଶତଃ ଡଙ୍ଗାଟି ମଝି ନଦୀରେ ଓଲଟି ପଡିବା ସହ ବୁଡି ଯାଇଥିଲା ।

ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ଓ ୧୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ତେବେ ନିଖୋଜ ଥିବା ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି ସ୍ଥାନୀୟ ଜିଲ୍ଲାଧିକାରୀ ଓ ପୋଲିସ ଅଧିକ୍ଷକ ମଧ୍ୟ ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ରେସକ୍ୟୁ ଟିମକୁ ନେତୃତ୍ୱ ଦେଉଛନ୍ତି । କେଉଁ କାରଣ ପାଇଁ ଡଙ୍ଗାଟି ଦୁର୍ଘଟଣାର ଶିକାର ହେଲା ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ଯାନ୍ତ୍ରିକ ତ୍ରୁଟି କିମ୍ବା ଅତ୍ୟଧିକ ଲୋଡ୍ କାରଣରୁ ଅଘଟଣ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking