28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଶେଷ ହେଲା ବାର୍ଷିକ ଅମରନାଥ ଯାତ୍ରା, ଦର୍ଶନ କଲେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ଶେଷ ହେଲା ବାର୍ଷିକ ଅମରନାଥ ଯାତ୍ରା, ଦର୍ଶନ କଲେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ଜାମ୍ମୁ-କାଶ୍ମୀର: ଜାମ୍ମୁ କାଶ୍ମୀରରେ ବାର୍ଷିକ ଅମରନାଥ ଯାତ୍ରା ସମାପ୍ତ ହୋଇଛି । ଉପରାଜ୍ୟପାଳ ମନୋଜ ସିହ୍ନା ସମାପନ ପୂଜା କରିବା ସହ ଅମରନାଥ ଯାତ୍ରା ସମାପ୍ତ ହୋଇଛି । ତୀର୍ଥଯାତ୍ରାକୁ ସହଜ କରିପାରିଥିବାରୁ ସେ ଏଥିପାଇଁ ନାଗରିକ ଓ ତୀର୍ଥଯାତ୍ରା ସହ ସଂପୃକ୍ତ ପକ୍ଷଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି । ଚଳିତବର୍ଷର ଅମରନାଥ ଯାତ୍ରାରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶିବଲିଙ୍ଗ ଦର୍ଶନ କରିଛନ୍ତି । ୪୩ ଦିନ ବ୍ୟାପି ଅମରନାଥ ଯାତ୍ରା ଜୁନ୍ ୩୦ ତାରିଖରୁ ଉଭୟ ପହଲଗାମ ଓ ବଲତାଲ ପଥ ଦେଇ ଆରମ୍ଭ ହୋଇଥିଲା । ବାଦଲ ଫାଟିବା ଘଟଣାକୁ ଛାଡ଼ିଦେଲେ ମୋଟାମୋଟି ଭାବେ ଯାତ୍ରା ଶାନ୍ତିପୂର୍ଣ୍ଣ ଥିଲା । ଚଳିତବର୍ଷର ତୀର୍ଥଯାତ୍ରାରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା କରାଯାଇଥିଲା । ପ୍ରଥମଥର ପାଇଁ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ରେଡିଓ ଫ୍ରିକ୍ୟୁଏନ୍‌ସୀ ଆଇଡେଣ୍ଟିଫିକେସନ୍ କାର୍ଡ ଦିଆଯାଇଥିଲା । ଏହା ମାଧ୍ୟମରେ ସେମାନଙ୍କର ସୁରକ୍ଷା ବିଷୟରେ ଜାଣି ହେଉଥିଲା । ବାଦଲ ଫାଟିବା ପରେ ଏହା ମାଧ୍ୟମରେ ହଜିଯାଇଥିବା ତୀର୍ଥଯାତ୍ରୀଙ୍କୁ ଠାବ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking