33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ!

ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ!

ପାଟନା: ବିହାରରେ ସରଣ ଜିଲ୍ଲାରୁ ଆସିଛି ପୁଣି ମଦ ମୃତ୍ୟୁ ଅଭିଯୋଗ । ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ଜଣେ ମୃତକ ଗଡକା ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ସମସ୍ତ ମୃତକ ମରହୋରା ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବିହାରରେ ସରଣ ଜିଲ୍ଲା ଭୁଆଲପୁର ଗାଁ ରେ ବିଷାକ୍ତ ମଦ ପିଇ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ପରେ ତାଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ୪ ଜଣଙ୍କ ଆଜି ମୃତ୍ୟୁ ହୋଇଛି ।

ହେଲେ ଏନେଇ ପ୍ରଶାସନ ପକ୍ଷରୁ କୈଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିହାରରେ ମଦ ବ୍ୟାନ ଥିବା ବେଳେ ରାଜ୍ୟକୁ କେଉଁଠୁ ମଦ ଆସୁଛି ସେନେଇ ତଦନ୍ତ ଚଳାଇଛି ପୋଲିସ । ଏହା ପୂର୍ବରୁ ମଧ୍ୟ ଅଗଷ୍ଟ ୩ ରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଅଧିକ ଅସୁସ୍ଥ ହୋଇଥିଲେ । ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ବିଷାକ୍ତ ମଦ ପିଇ ପ୍ରାୟ ୧୭୩ ଜଣଙ୍କ ଜୀବନ ଯାଇଥିବା ବେଳେ ଜାନୁୟାରୀ ୨୦୨୨ରେ, ବିହାରର ବକ୍ସର, ସରଣ ଏବଂ ନାଳନ୍ଦା ଜିଲ୍ଲାରେ ମଦ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଷାକ୍ତ ମଦ ପିଇ ଏହି ତିନି ଜିଲ୍ଲାରେ ପ୍ରାୟ ୩୬ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking