28.1 C
Bhubaneswar
Sunday, April 28, 2024
Homeଅପରାଧଅଶ୍ଳୀଳ ଭିଡିଓ ପୋଷ୍ଟ କରିବା ଧମକ ଦେଇ ଠକୁଥିଲେ ଟଙ୍କା,୨ ଅଭିଯୁକ୍ତ ଗିରଫ

ଅଶ୍ଳୀଳ ଭିଡିଓ ପୋଷ୍ଟ କରିବା ଧମକ ଦେଇ ଠକୁଥିଲେ ଟଙ୍କା,୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣି ଜିଲ୍ଲାରେ ପୋଲିସ ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ପୋଷ୍ଟ କରିବା ଧମକ ଦେଇ ଲୋକମାନଙ୍କଠାରୁ  ଠକି ନେଉଥିଲେ ଟଙ୍କା । ୨ ଅଭିଯୁକ୍ତ ରାଜସ୍ଥାନ ଭରତପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଖବର ମୁତାବକ ରୋହିଣୀ ଜିଲ୍ଲାର ଡ.ସି.ପି ପ୍ରଣବ ତାୟଲ ଙ୍କ ସୂଚନା ଅନୁସାରେ , ଖବର ପାଇବା ପରେ ସେ ୨ ଜଣ ଆରୋପୀ ଜାହୁଲ ଓ ମିନାଜ ଙ୍କୁ ଗିରଫ କରିଛନ୍ତି । ପଚରାଉଚୁରା କରିବା ଦ୍ୱାରା ଜଣାପଡିଲା ଯେ ରାହୁଲ ଓ ମିନାଜ ଲୋକମାନଙ୍କ ଠାରୁ ହଜାର ହଜାର ଟଙ୍କା ଠକିଥିଲେ ।

ଖବର ମୁତାବକ ଦିଲ୍ଲୀର ବେଗମପୁର ପୋଲିସ ଷ୍ଟେସନ ଠାରେ ଜଣେ ଲୋକ  ଏହି ଠକେଇ ଉପରେ ଏକ କେସ୍ ଫାଇଲ କରିଥିଲେ । ଉକ୍ତ ବ୍ୟକ୍ତିଙ୍କର କହିବା ମୁତାବକ, ସୋସିଆଲ ମିଡିଆରୁ ଜଣେ ଯୁବତୀଙ୍କ ଫ୍ରେଣ୍ଡ ରିକ୍ୟୁସ୍ଟ କୁ  ଗ୍ରହଣ କରିଥିଲେ । ତାପରେ ହ୍ୱାଟସପ ନମ୍ବର ଶେୟାର ହୋଇଥିଲା ଓ ସେ ୨ ଜଣ ହ୍ୱାଟସପରେ କଥା ହେବା ଆରମ୍ଭ କରିଦେଲେ ।

ଯୁବକଙ୍କ କହିବା ଅନୁଯାଇ ହ୍ୱାଟସପ ରେ କଥା ହେଉଥିବା ବେଳେ ଯୁବତୀ ଜଣକ ସେ ଯୁବକଟିକୁ ଅଶ୍ଲୀଳ ଭିଡିଓ କରିବା ପାଇଁ ଜିଦ୍ ଧରିଥିଲେ ଏବଂ ସେ ଭିଡିଓଟିକୁ ସେ ଯୁବତୀ ଜଣଙ୍କ ରେକର୍ଡ କରିନେଇଥିଲେ ।  ଭିଡିଓ ରେକର୍ଡ କଲାପରେ ଯୁବତୀ ଜଣକ ଯୁବକଟିକୁ ଧମକ ଦେବା ସହ ୧୫ ହଜାର ଟଙ୍କା ମାଗିଥିଲେ । ବଦନାମି ଡରରେ ସେ ଯୁବକ ଜଣକ ୧୫,୦୦୦ ଟଙ୍କା ଦେଇଦେଲେ । ଏହାପରେ ଆଉଥରେ ଗୋଟିଏ ଫୋନ କଲ ଆସିଲା । ସେ ନିଜକୁ ସାଇବର ସେଲ ଅଧିକାରୀ ବୋଲି କହିଲା ଏବଂ ସେ ଯୁବକକୁ ତାଙ୍କ ଅଶ୍ଲୀଳ ଭିଡିଓ ରେକର୍ଡ ହୋଇଛି ବୋଲି ତାଙ୍କୁ କହିଲେ ।
ଏହି ଘଟଣାରେ ପୋଲିସ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking