26.1 C
Bhubaneswar
Friday, March 29, 2024
Homeଅପରାଧଠିକରେ ବସିବା ପାଇଁ କହିବାରୁ ଶିକ୍ଷକଙ୍କୁ ଲୁହା ରଡରେ ଆକ୍ରମଣ

ଠିକରେ ବସିବା ପାଇଁ କହିବାରୁ ଶିକ୍ଷକଙ୍କୁ ଲୁହା ରଡରେ ଆକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀ  ରଣହୌଲା ଥାନା ଅଂଚଳର ବାଁୟାଯ ସିନିୟର ସେକେଡ୍ରରି ସ୍କୁଲର ଜଣେ ଛାତ୍ର ନିଜ ସ୍କୁଲ ଶିକ୍ଷକ ଙ୍କ ମୁଣ୍ଡକୁ ଲୁହା ରଡରେ ପିଟି ଗଭୀର ଭାବରେ ଆକ୍ରମଣ କରିଛି । ଏହା ପରେ ପୋଲିସ ଛାତ୍ର ଜଣଙ୍କୁ ଗିରଫ କରିଛି । ଏହି ଛାତ୍ର ଜଣଙ୍କ ଏକାଦଶ ଶ୍ରେଣୀର ଏବଂ  ଏକାଦଶ ଶ୍ରେଣୀ ରେ ସେ ଦୁଇ ଥର ଫେଲ ମଧ୍ୟ ହୋଇଛି । ୨୧ ବର୍ଷର ଏହି ଛାତ୍ର ଶନିବାର ଦିନ ଶକ୍ଷକ ଙ୍କ ଉପରେ ଆକ୍ରମଣ କରିଥିଲା । ଶିକ୍ଷକ ଛାତ୍ରଟି କୁ ଠିକ୍ ରେ ବସିବା ପାଇ କହିବା ରୁ ଛାତ୍ର ଟି ରାଗିଯାଇଥିଲା । କ୍ଲାସ ଶେଷ ହେବା ପରେ ସେ ଶିକ୍ଷକ ଙ୍କ ଉପର କୁ ଏକ ଲୁହା ରଡ ରେ ଆକ୍ରମଣ କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ଛାତ୍ର କୁ ଗିରଫ କରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ କୁ ପଠାଇଛି ପୁଲିସ ।

ସୂଚନା ଅନୁସାରେ ଡିଡିଏମଏ ଦ୍ୱାରା ଜାରି କରାଯାଇଥିବା ବୟାନ ଅନୁସାରେ , ଏହି ଘଟଣା ପରେ ବର୍ତ୍ତମାନ ଦିଲ୍ଲୀରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ । ବର୍ତମାନ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ 50 ପ୍ରତିଶତ କ୍ଷମତାରେ ଚାଲୁଛି । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ସ୍କୁଲ ଆସିବା ଆରମ୍ଭ କରିଛନ୍ତି । ଏହି ପରି ଭାବରେ ରଣହୌଲାର ବିଦ୍ୟାଳୟରେ ଘଟିଯାଇ ଥିବା ଏହି ଘଟଣା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking