28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଚର୍ମ ରୋଗର ଶିକାର ଲଭଲି, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଚର୍ମ ରୋଗର ଶିକାର ଲଭଲି, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କେନ୍ଦୁଝର- ସରକାର ଗରିବଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି । ଏହି ଯୋଜନା ଗୁଡିକ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଏହି ଯୋଜନା କିପରି ଗରିବଙ୍କ ନିକଟରେ ପହଞ୍ଚିବ ସେନେଇ ପ୍ରଚାରରେ ମଧ୍ୟ କୋଟି କୋଟି ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ଯୋଜନାର କିପରି ସଫଳ ରୂପାୟନ ହେଉଛି ତାହା ଦେଖିବାକୁ ମିଳିଛି ଅସହାୟ କୋମଳ ମତି ଶିଶୁ ଲବଲି କ୍ଷେତ୍ରରେ । ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼ପଳାସପାଳ ର ନୂଆଗାଁ ଗ୍ରାମରେ ଘର ଲଭଲିର । ବୟସ ଏବେ ନଅ ବର୍ଷ । କିନ୍ତୁ କୌଣସି ଜନ୍ମ ଜାତ ଶିଶୁ ଭଳି ରହିଛି ତାର ଦେହ । ଜନ୍ମର ତିନି ମାସ ପରଠାରୁ ଦେହରୁ ଚମଡା ଛାଡିବା ଆରମ୍ଭ କରିଥିଲା । ଏହା ଧୀରେ ଧୀରେ ଦୂରା ରୋଗ୍ୟ ଚର୍ମ ରୋଗରେ ପରିଣତ ହେଲା । ଏପରିକି ଏହି ଚମଡା ଛାଡିବାରେ ଦେହରୁ ଦୁର୍ଗନ୍ଧ ଯୁକ୍ତ ରକ୍ତ ସ୍ରାବ ହୋଇଥାଏ । ବାପା ତାର ଦିନ ମଜୁରିଆ । ଯାହା ମୂଲ ଲାଗି ଘରକୁ ଆଣିଥାଏ ସେଥିରେ ଚାରି ପ୍ରାଣୀ କୁଟୁମ୍ବର ଭରଣ ପୋଷଣ ହୋଇଥାଏ । ଏହି ରୋଗ ଭଲ କରିବା ପାଇଁ ତାକୁ ହରିଚନ୍ଦନପୁର ପ୍ରାଥମିକ ଚିକିତ୍ସାଳୟ ରୁ କେନ୍ଦୁଝର ତାପରେ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ବହୁ କଷ୍ଟରେ ଚିକିତ୍ସା ପାଇଁ ତାର ବାପା ନେଇ ଯାଇଥିଲା । ରେଡ଼କ୍ରସ ମିଳିଥିବା ସ୍ୱଳ୍ପ ସାହାଯ୍ୟରେ ଚିକିତ୍ସା ମଧ୍ୟ ହୋଇଥିଲା । ଏଥିରେ କିଛିମାତ୍ରାରେ ଭଲ ହୋଇ ଥିଲା ଲଭଲି । କିନ୍ତୁ ଉକ୍ତ ଅର୍ଥ ସମ୍ପୂର୍ଣ୍ଣ ଚିକିତ୍ସା ହୋଇ ନଥିଲା ଲଭଲିର । ଏନେଇ ଅଧିକ ଅର୍ଥ ଆବଶ୍ୟକ ହେଉଥିଲେ ହେଁ ଆଉ କୌଣସି ସରକାରୀ ସାହାଯ୍ୟ ମିଳି ପାରି ନାହିଁ ଲଭଲି ର ପରିବାର କୁ । ଫଳରେ ପୁନର୍ବାର ଏହି ଦୂରାରୋଗ୍ୟ ମାଡି ବସିଛି ଲଭଲି କୁ । ପରିବାର ଲୋକେ ଅଧିକ ଚିକିତ୍ସା କରିବାକୁ ଇଚ୍ଛା କରିବାକୁ ଅର୍ଥ ସାଜିଛି ବାଧକ । ଲକଡାଉନରେ କାମ ଧନ୍ଦା ବନ୍ଦ ହୋଇଯାଇଥିବା ବେଳେ ପରିବାର ଲୋକଙ୍କ ସରକାର ହିଁ ସାହା ଭରସା । ଦିନେ ଭଲ କଥା କହି ଘର ଲୋକଙ୍କ ସହ ସାହି ପଡିଶାର ମନ ମୋହୁ ଥିବା ଲଭଲି କୁ ସରକାରୀ ସାହାଯ୍ୟ ଯଦି ମିଳି ପାରନ୍ତା ତାହାଲେ ସେ ପୂର୍ବ ପରି ସୁସ୍ଥ ହୋଇ ପାରନ୍ତା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking