33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମନୀଷା ନ୍ୟାୟ ଦାବିରେ ରାଜ ରାସ୍ତାରେ ଯୁବ କଂଗ୍ରେସ

ମନୀଷା ନ୍ୟାୟ ଦାବିରେ ରାଜ ରାସ୍ତାରେ ଯୁବ କଂଗ୍ରେସ

କେନ୍ଦୁଝର : କିଛିଦିନ ତଳେ ଉତ୍ତର ପ୍ରଦେଶର ହାଥରସ ଠାରେ ମନୀଷା ନାମ୍ନୀ ଏକ ୧୯ବର୍ଷୀୟ ବାଳିକା ଗଣବଳାତ୍କାରର ଶିକାର ହୋଇଥିଲା। ଧର୍ଷଣକାରୀଙ୍କ ବିରୁଦ୍ଧରେ ପୋଲିସ ଠିକ ସମୟରେ ଏତଲା ଗ୍ରହଣ ନକରିବା, ଓ ଡାକ୍ତର ଖାନାରେ ଠିକ ଭାବେ ଚିକିତ୍ସା କରାନଯିବା ଫଳରେ ମନୀଷା ର ମୃତ୍ୟୁ ହୋଇଛି l ଏହି ଧର୍ଷଣ ଓ ହତ୍ୟା ରେ ସମ୍ପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ବିଧାନ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଉପରେ ଉଦେଶ୍ୟ ମୂଳକ ଭାବେ ହୋଇଥିବା ଆକ୍ରମଣ ର ନିନ୍ଦା କରିଥିଲା କେନ୍ଦୁଝର ଯୁବ କଂଗ୍ରେସ। ଏ ଥିରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି l ଏହି ଆନ୍ଦୋଳନକୁ ସମର୍ଥନ କରି କେନ୍ଦୁଝର ଜ଼ୀଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଥିଲା l ଏହି ଆନ୍ଦୋଳନରେ ଜ଼ୀଲ୍ଲା ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ସାମିଲ ହୋଇ ମନୀଷା ଧର୍ଷଣ ଓ ହତ୍ୟାରେ ସମ୍ପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ବିଧାନ ପାଇଁ ଦାବୀ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking