29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବିଦ୍ୟୁତ ବିତରଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବିଦ୍ୟୁତ ବିତରଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ବାନେର ଠାରେ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ବିତରଣରୁ ଆଜି ଶୁଭାରମ୍ଭ ହୋଇଛି । ଭିଡିଓ କନଫରେନ୍ସଂ ଜରିଆରେ ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ରହିଛନ୍ତି । ଏହା ସହ ଧର୍ମଗଡ ଓ ଲାଞ୍ଜିଗଡ ବିଧାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି ।  ଜୟପାଟଣା, କଲମପୁର, କୋକସରା ବ୍ଲକବାସୀ ପ୍ରଥମେ ବିଜୁଳି ପାଇବେ । ଦୀର୍ଘ ୨ ଦଶନ୍ଧି ପରେ ଇନ୍ଦ୍ରାବତୀ ବିଜୁଳି ପାଇଲେ କଳାହାଣ୍ଡି ବାସୀ । ସିଧାସଳଖ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟ ବିଦ୍ୟୁତ ବିତରଣର ଶୁଭାରମ୍ଭ ହୋଇଛି । ସିଧାସଳଖ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟ ବିଦ୍ୟୁତ ବିତରଣର ଶୁଭାରମ୍ଭ ହୋଇଛି ।

https://twitter.com/CMO_Odisha/status/1311920630237986816/photo/1

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking