30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଜୁଆଖେଳ ଉପରେ ଚଢ଼ାଉ , ୩ଜୁଆଡ଼ି ସହିତ ୫ବାଇକ ଓ ୯ସାଇକଲ ଜବତ

ଜୁଆଖେଳ ଉପରେ ଚଢ଼ାଉ , ୩ଜୁଆଡ଼ି ସହିତ ୫ବାଇକ ଓ ୯ସାଇକଲ ଜବତ

ମୟୂରଭଞ୍ଜ : କରୋନା ମହାମାରୀକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡି ଯାଇଛି । ହେଲେ ଏହାର ସାମାନ୍ୟ ପ୍ରଭାବ ଜୁଆଆଡାର ମାଲିକ କି ଜୁଆଡ଼ିଙ୍କ ଉପରେ ପଡି ନ ଥିବା ଦେଖିବାକୁ ମିଳିଛି। ଆଇନ କାନୁନକୁ ବେଖାତିର କରି କିଛି ଦଲାଲ ଦିନଦ୍ଵିପହରରେ ଖୁଲମ୍ ଖୁଲା ଚଳାଇଛନ୍ତି ଜୁଆଖେଳର ବେପାର। ଏଭଳି ସ୍ଥିତି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଲାଗିରହିଥିବା ପ୍ରାୟତଃ ଦୃଷ୍ଟି ଆଢୁଆଳରେ ଚାଲେ ଜୁଆଖେଳ। ତେବେ କୋଉଠି କୁକୁଡ଼ା ଲଢେ଼ଇରେ ଜୁଆଡ଼ି ମାନେ ବାଜି ଲଗାଉଛନ୍ତି ତୋ ପୁଣି କୋଉଠି ତାସ ଖେଳ ମାଧ୍ୟମରେ ଚାଲିଛି ଜୁଆଖେଳ ଆଉ କୋଉଠି ଧଣ୍ଡିରେ ଚାଲୁଛି ଜୁଆଖେଳ। ତେବେ ଆଜି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ପାହାଡ଼ ଉପରେ ଚାଲିଥିଲା ଜୁଆଖେଳ। ଜୁଆ ଖେଳାଳିମାନେ ଆଇନ୍‌କୁ ଖାତିର ନ କରି ଚଳାଇଥିଲେ ଜୁଆଖେଳୁ । ବିଶେଷ ସୂତ୍ରରୁ ଖବରପାଇ ଝାରପୋଖରିଆ ଥାନା ଏସଆଇ ପଞ୍ଚାନନ ମହାନ୍ତି ସଦଳବଳେ ଚଢ଼ାଉ କରିଥିବା ବେଳେ ପୋଲିସ ଗାଡି ଦେଖି ସବୁ ଜୁଆଡି ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଖସି ଯିବାରେ ସମର୍ଥ ହୋଇଥିଲେ । କିନ୍ତୁ ୩ଜଣ ଜୁଆଡ଼ି ଧରାପଡିଥିବା ବେଳେ ଅନ୍ୟମାନେ ଛାଡି ଯାଇଥିଲେ ମଟର ସାଇକେଲ ଓ ସାଇକେଲ। ଘଟଣାସ୍ଥଳରୁ ରାଇରଙ୍ଗପୁର ଅଞ୍ଚଳର ବିମଲ ସାହୁ, ବଗବୁଡା ଅଞ୍ଚଳର ଜିତରାୟ ସରେନ ଓ ରାଇସେନ ହେମ୍ବ୍ରମଙ୍କ ସହିତ ୫ଟି ବାଇକ ଓ ୯ଟି ସାଇକେଲ ଜବତ କରି ଥାନାକୁ ଆଣିଛି ଝାରପୋଖରିଆ ପୋଲିସ। ଥାନାରେ ପଚରାଉଚରା ପରେ ମାମଲା ରୁଜୁ କରି ଗିରଫ ତିନିଜଣ ଜୁଆଡିଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡିଛି ପୋଲିସ। ତେବେ ଅନେକ ସମୟରେ ଜୁଆଡ଼ିମାନେ ଆବଶ୍ୟକ ଟଙ୍କା ସଂଗ୍ରହ କରିବାକୁ ଅସାମାଜିକ କାର୍ଯ୍ୟକଳାପ ଘଟାଉ ଥିବା ବେଳେ ଜୁଆଡ଼ିଙ୍କ ସହିତ ଜୁଆଖେଳ କରାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking