କୋରପୁଟ : କୋରପୁଟ ଜିଲ୍ଲାର ଦଶମନ୍ତ ପୁର ବ୍ଲକ ର ଲୁଲାଗ୍ରାମପଞ୍ଚାୟତ ରେ ଅନଲାଇନ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।ଚାରିପଟେ ଘଞ୍ଚ ଜଙ୍ଗଲ ପାହାଡ଼ପର୍ବତ ମଝିରେ ଗାଁ ନେଟୱର୍କ ସେବାର ସୁବିଧା ନାହିଁ। କେତେକ ପରିବାର ଲୋକ ଙ୍କ ପାଖରେଥିଲେ ହେଁ ନେଟୱର୍କ ନଥିବାରୁ ଏହି ଅଞ୍ଚଳ ର ପିଲା ମାନେ ଅନଲାଇନ ପାଠ ପୋଡିବାରେ ବଞ୍ଚିତ ହୋଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ବାଧ୍ୟ ହୋଇ ବର୍ଷା ଦିନେ ପାହାଡ଼ ଉପରେ ଘୁରୁ ବୁଲି ଯାଗା ସପା କରି ଖାତାବହି ଧରିବସୁଛନ୍ତି।ତଥାପି ନେଟୱର୍କ ସମସ୍ୟା ଯୋଗୁଁ ଶିକ୍ଷକ ମାନେ ଯାହା ପୋଡାଉ ଛନ୍ତି, ଠିକ ସେ ବୁଝି ପାରୁନାହଁନ୍ତି।ଏହେଉଛି ଦୁର୍ଗମ ଅଞ୍ଚଳ ର ଅନଲାଇନ ପାଠ ପଢା ର ସ୍ଥିତି ଏଇଆ। ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି ଏହି ପଞ୍ଚାୟତ ବଣ ପାହାଡ଼ ଭିତରେ ଦୋହନୀୟଜୀବନ ଜୀଉଛନ୍ତି। ଅନେକପରିବାରଅଭାବ ଅନଟନ ରେ ବୁଡ଼ି ରହିଛନ୍ତି। ଯେଉଁଠି ପେଟ କୁ ଦାନା ମୁଠାଏ ସଂଗ୍ରହ କରିବାରେ କାଟି କର ପାଠ, ସେଠି ସ୍ମାର୍ଟପୋନ ପିଲା ଙ୍କୁ ଯୋଗାଇବାକୁ ଅସମ୍ବବ ହୋଇପଡିଛି।କେବଳ ହାତ ଗଣତି କିଛ ସ୍ୱଚ୍ଛଳ ବର୍ଗ ର ପିଲା ପାଖରେ ରହିଛି ଏହି ପନ ସୁବିଧା ମୋବାଇଲ ନେଟୱର୍କ ହିଁ ନାହିଁ ।ତେଣେ ଅନଲାଇନ ରେ ପାଠ ପୋଡାଈ ଚାଲିଛନ୍ତି ଶିକ୍ଷକ । ବାଧ୍ୟ ହୋଇ ଖରା ବର୍ଷା ରେ ପିଲାମାନେ ନିଜ ଜୀବନବାଜି ଲଗାଇ ପାହାଡ଼ ଛଡୁଛନ୍ତି।ଦଳ ଦଳ ହୋଇ ଗୋଟିଏ ଯାଗାରେ ବସି କିଛି ଟା ଶିକ୍ଷା ଲାଭ କରୁଛନ୍ତି।ସମସ୍ୟା ଥିଲେ ମଧ୍ୟ ଶିକ୍ଷକ ଙ୍କୁ ଜଣାଇ ପାରୁ ନାହାଁନ୍ତି। କେବଳ ପାଠ ପଢା କ୍ଷେତ୍ରରେ ନୁହଁ ସ୍ୱସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଏହି ପଞ୍ଚାୟତ ର ଲୋକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଜରୁରୀ କାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ କୁ ପୋନକରି ଜଣାଉଇ ପାରୁନାହାନ୍ତି ।ଗର୍ଭବତୀ ମହିଳା ଗୁରୁତର ଅବସ୍ଥାରେ ଡାକ୍ତର ଖାନା ନେବା କାଠି କର ପାଠ ହେଉଛି। ଗ୍ରାମବାସୀ କହିଛନ୍ତି୨ବର୍ଷ ତଳେ ଲୁଲା ଗାଁ ରେ ଏକ ଘରୋଇ ସଂସ୍ଥା ପକ୍ଷରୁ ସର୍ଭେ କୋରାଯାଇଥିଲା।କାମ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏ ଅଞ୍ଚଳର ଲୋକ ମାନେ ଏହି ସେବାରୁ ବଞ୍ଚିତ ଅଛନ୍ତି ।ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷା ବିଭାଗ ସବୁ ସମସ୍ୟା ହୃଦୟଙ୍ଗମ କରିବା ଦରକାର ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି।ଆଗାମୀ ଦିନରେସ୍କୁଲ ଓ କଲେଜ ପିଲାଙ୍କ ଭବିଷ୍ୟତ ଅନ୍ଦାର ଭିତରେ ଠେଲି ହୋଇଯିବ।।