ମାଲକାନଗିରି ଛତିଶଗଡ ସିମାନ୍ତରେ ମାଓ ହିଂସା

malkangiri maoist burnt

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତରେ ପୁଣି ଦେଖିବାକୁ ମିଳିଛି ମାଓ ହିଂସା । ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଥିବା BSNL ମୋବାଇଲ ଟାୱାର କୁ ଗତକାଲି ବିଳମ୍ବିତ ରାତିରେ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । ପ୍ରାୟ 10 ରୁ 15 ଜଣ ସଶସ୍ତ୍ର ନକ୍ସଲ ଏରାବୋର ଗାଁରେ ପହଞ୍ଚି ମୋବାଇଲ ଟାୱାରକୁ ଧ୍ବଂସ କରିବା ସହ ରାଜ ରାସ୍ତା ଉପରେ ପଥର ଓ ମାଓ ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ । ତେବେ ଆଜି ସକାଳେ ସିଆରପିଏଫ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କୁ ହଟାଇଛନ୍ତି । ମାଲକାନଗିରି ଜିଲ୍ଲା ମୋଟୁ ସିମାନ୍ତ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ଜାତୀୟ ରାଜପଥ ଉପରେ ମାଓବାଦୀ ମାନେ ଏହି ହିଂସା କାଣ୍ଡ ଘଟାଇଛନ୍ତି । ଯାହାକୁ ନେଇ ସିମାନ୍ତରେ ପୁଣି ଥରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here