29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶମୋଦି ନାରାରେ କମ୍ପିଲା ମସଜିଦ; ବିଜେପିକୁ ଭୋଟ ଦେବାକୁ ମୁସଲିମ ଧର୍ମାବଲମ୍ବୀଙ୍କ ଅପିଲ୍‌

ମୋଦି ନାରାରେ କମ୍ପିଲା ମସଜିଦ; ବିଜେପିକୁ ଭୋଟ ଦେବାକୁ ମୁସଲିମ ଧର୍ମାବଲମ୍ବୀଙ୍କ ଅପିଲ୍‌

ଭୋପାଳ: ଇଦ ପର୍ବରେ ମୋଦି ମୋଦି ନାମରେ କମ୍ପିଲା ମସଜିଦ । ମସଜିଦରେ “ହର ହର ମୋଦି ଏବଂ ଘର ଘର ମୋଦି”ର ସ୍ଲୋଗାନ ଦେଲେ ମୁସଲମାନ ସମ୍ପ୍ରଦାୟ । ମଧ୍ୟପ୍ରଦେଶ ଭୋପାଳର ଆଲିଗଞ୍ଜ ହାଇଦରୀ ମସଜିଦରୁ ଆସିଛି ଏପରି ଖବର । ମସଜିଦରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରାଯିବା ସହ ପୋଷ୍ଟର ମଧ୍ୟ ଲଗାଯାଇଛି ।ଭୋପାଳର ଜୁମେରାତି ଅଞ୍ଚଳର ମସଜିଦ ଅଲି ଗଞ୍ଜ ହାଇଦରୀରେ ଏହି ଘଟଣା ଘଟିଛି । ଇଦ ଅବସରରେ ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଆଲୋକ ଶର୍ମା ମଧ୍ୟ ମସଜିଦରେ ପହଞ୍ଚିଥିଲେ । ତାଙ୍କ ଉପସ୍ଥିତିରେ ଏବଂ ସମର୍ଥନରେ ବୋହରା ସମ୍ପ୍ରଦାୟର ଲୋକମାନେ ହର ହର ମୋଦି, ଘର ଘର ମୋଦି” ନାରା ଦେଇଥିଲେ । ବୋହରା ସମ୍ପ୍ରଦାୟର ଲୋକମାନେ ମସଜିଦରେ ମୋଦି ହେ ତୋ ମମୁକିନ ହେ ସ୍ଲୋଗାନ ଦେଇଥିଲେ ।

ପ୍ରାର୍ଥୀ ଆଲୋକ ଶର୍ମା ବୋହରା ସମ୍ପ୍ରଦାୟର ଲୋକଙ୍କୁ ଇଦର ଅଭିନନ୍ଦନ ଜଣାଇଥିଲେ । ଆଲିଗଞ୍ଜ ହାଇଦାରୀ ମସଜିଦର ଆମିଲ ଜନାବ ଜୋହର ଅଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଥିଲେ । ସେ କହିଛନ୍ତି, “ଆମେ ଆମର ୱାଜିର-ଏ-ଆଲାମକୁ ବହୁତ ସମ୍ମାନ କରୁଛୁ । ଆମ ମୋଦିଙ୍କୁ ବହୁ ସମ୍ମାନ କରୁ । ଆଲ୍ଲାହା ତାଙ୍କୁ ସଫଳତା ପାଇଁ ଆଶୀର୍ବାଦ କରନ୍ତୁ । ଅମିଲ ଜନାବ ଜୋହର ଅଲ୍ଲୀ ମଧ୍ୟ ଗୁଜରାଟ ବିଷୟରେ କହିଛନ୍ତି ଯେ, ଗୁଜୁରାଟର ସୁରଟରେ ଥିବା ଦାଉଦି ବୋହରା ସମ୍ପ୍ରଦାୟ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କର ଗଭୀର ସମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀ ମୋଦି ବୋହରା ସମ୍ପ୍ରଦାୟର ଧାର୍ମିକ ନେତାମାନଙ୍କୁ ସମ୍ମାନ କରନ୍ତି । ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଆଲୋକ ଶର୍ମାଙ୍କୁ ଏହି ମସଜିଦରେ ସ୍ୱାଗତ କରାଯାଇଥିଲା । ତାଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ମଧ୍ୟ ତାଙ୍କର ସମର୍ଥକ ମାନେ ଅପିଲ କରିଥିଲେ । ଆଲୋକ ଶର୍ମା ବୋହରା ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଇଦ୍ରେ ଅଭିନନ୍ଦନ ଜଣାଇ କହିଛନ୍ତି, “ଆପଣ ମାନଙ୍କୁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking