40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ; ପୁଣି ଗଲା ୨୯ ଜୀବନ

ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ; ପୁଣି ଗଲା ୨୯ ଜୀବନ

ଗାଜା: ଅଶାନ୍ତ ରହିଛି ମଧ୍ୟପ୍ରାଚ୍ୟ । ଇସ୍ରାଏଲ-ହମାସ ଯୁଦ୍ଧର ନିଆଁରେ ଛାରଖାର୍ ହୋଇଗଲାଣି ଗାଜା । ଶୁକ୍ରବାର ଦିନ ଇସ୍ରାଏଲ ପୁଣିଥରେ ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ କରିଛି । ଏଠାରେ ଗୋଟିଏ ଆବାସିକ ବିଲ୍ଡିଂ ଉପରେ ଏହି ଆକ୍ରମଣ ହୋଇଛି, ଯେଉଁଥିରେ ଅତିକମରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ ନ୍ୟୁଜ ଓ ଇନଫରମେସନ ଏଜେନ୍ସି ଡଇୠଇ ସୂଚନା ଦେଇଛି । ଏହି ଏୟାରଷ୍ଟ୍ରାଇକରେ ୧୨ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେପଟେ ଇସ୍ରାଏଲ ସୁରକ୍ଷାବାହାନୀ ଏକ ବିବୃତ୍ତିରେ କହିଛି ଯେ, ଗତ ୨୪ ଘଣ୍ଟାରେ ଏହାର ବାୟୁସେନା ଗାଜା ଷ୍ଟ୍ରିପରେ ୬୦ରୁ ଅଧିକ ଠିକଣାକୁ ଟାର୍ଗେଟ କରିଛି ।

ଦକ୍ଷିଣ ଗାଜା ଷ୍ଟ୍ରିପରେ ସ୍ଥିତ ଖାନ ୟୁନିସ୍ ଗଭରନେଟର ଅଲ୍‌-ବଲାଦ ଏବଂ ଅଲ୍‌-ଅମଲ ଅଞ୍ଚଳରୁ ୧୩ ଜଣଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ତେବେ ଗତବର୍ଷ ଅକ୍ଟୋବରରୁ ଗାଜାରେ ଇସ୍ରାଏଲ ସେନାର ଭୟଙ୍କର ଆକ୍ରମଣ ଜାରି ରହିଥିବା ବେଳେ ଏହାରି ଭିତରେ ଏବେ ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏନେଇ ଜେରୁଜେଲମରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଯେ, ଯଦି ଇରାନ ତାଙ୍କ ଦେଶ ଉପରେ ଆକ୍ରମଣ କରେ ତାହେଲେ ଉଚିତ୍ ଜବାବ ଦିଆଯିବ । ଇରାନ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଇସ୍ରାଏଲ ମଧ୍ୟ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ।

ସମ୍ଭାବ୍ୟ ଆକ୍ରମଣର ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଗୁରୁବାର ଦିନ ଆମେରିକାର ପ୍ରତିରକ୍ଷା ସଚିବ ଲଡ ଅଷ୍ଟିନଙ୍କ ସହ ଫୋନରେ କଥା ହୋଇଥିଲେ । ସେ କହିଥିଲେ, ଇସ୍ରାଏଲ ଅଞ୍ଚଳରେ ପ୍ରତ୍ୟକ୍ଷ ଆକ୍ରମଣ ପାଇଁ ଇରାନକୁ ଉପଯୁକ୍ତ ଜବାବ ଦିଆଯିବ । ଏହି ବାର୍ତ୍ତାଳାପ ସମୟରେ ଗାଲେଣ୍ଟ ଇସ୍ରାଏଲର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଜଣାଇବା ସହ ଇସ୍ରାଏଲ ଅଞ୍ଚଳରେ ଇରାନର ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଜୋର ଦେଇଥିଲେ । ଆମେରିକା ଗୁଇନ୍ଦା ସୂତ୍ରରୁ ସୂଚନା ଅନୁସାରେ, ଏପ୍ରିଲ ୧ରେ ଇରାନର ବାଣିଜ୍ୟିକ ଦୂତାବାସ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକର ଜବାବ ଦେବାକୁ କୌଣସି ସମୟରେ ଇରାନ କାଉଣ୍ଟର ଆଟାକ କରିପାରେ । ଏନେଇ ଗୁରୁବାର ୟୁଏସ ସେଣ୍ଟ୍ରାଲ କମାଣ୍ଡର, କମାଣ୍ଡର ମାଇକେଲ କୁରିଲ୍ଲା ଇସ୍ରାଏଲ ଯାତ୍ରା କରି ସମ୍ଭାବ୍ୟ ଇରାନ ଆକ୍ରମଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ଗାଲାଣ୍ଟ ଏବଂ ଇସ୍ରାଏଲ ସୁରକ୍ଷାବଳର ଜେନେରାଲ ଷ୍ଟାଫ ଚିଫ୍ ହେରଜି ହଲେବିଙ୍କ ସହ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking