38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶମଲ୍ ଭିତରେ ଆତତାୟୀର ଆତଙ୍କ; ଗୁଳି ଓ ଛୁରାମାଡ଼ରେ ୪ ମୃତ

ମଲ୍ ଭିତରେ ଆତତାୟୀର ଆତଙ୍କ; ଗୁଳି ଓ ଛୁରାମାଡ଼ରେ ୪ ମୃତ

କାନବେରା: ସପିଂ ମଲ୍ ଭିତରେ ଫୁଟିଲା ଗୁଳି । ମଲରେ ପଶି ଲୋକଙ୍କୁ ଗୁଳିମାଡ ସହ ଛୁରୀ ଭୁସିଲା ଆତତାୟୀ । ଶନିବାର ଅପରାହ୍ନରେ ଅଷ୍ଟ୍ରେଲିଆ ସିଡନୀ ସହରର ଏକ ବ୍ୟସ୍ତବହୁଳ ସପିଂ ମଲ୍ ଭିତରେ ଏପରି ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ପରେ ଶତାଧିକ ଲୋକଙ୍କୁ ମଲ୍ ଭିତରୁ ବାହାରକୁ ସୁରକ୍ଷିତ ବାହାର କରାଯାଇଛି । ତେବେ ଆକ୍ରମଣକାରୀ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା, ସେ ସମ୍ପର୍କରେ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନି । ତେବେ କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅପରାହ୍ନରେ ସିଡନୀର ବଣ୍ଡି ଜଙ୍କସନ ନିକଟରେ ଥିବା ୱେଷ୍ଟଫିଲ୍ଡ ସପିଂ ମଲ ଭିତରେ ଜଣେ ବ୍ୟକ୍ତି ଛୁରୀ ଧରି ଲୋକମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା ।

ଏହି ସମୟରେ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ପୋଲିସ ସମ୍ପୃକ୍ତ ଆକ୍ରମଣକାରୀକୁ ଗୁଳି କରିଛି । କିନ୍ତୁ ଏଥିରେ ତା’ର ମୃତ୍ୟୁ ହୋଇଛି କି ନାହିଁ କୌଣସି ସୂଚନା ହସ୍ତଗତ ହୋଇନି । ପୋଲିସ ସପିଂ ମଲ ଭିତରୁ ଶତାଧିକ ଲୋକଙ୍କୁ ବାହାର କରିଛି । ଏହି ଆକ୍ରମଣ ପରେ ଘଟଣାସ୍ଥଳର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି, ଯେଉଁଥିରେ ଲୋକମାନେ ମଲ୍ ଭିତରେ ଦୌଡାଦୋଡି କରୁଥିବା ବେଳେ ପୋଲିସ କାର୍ ଏବଂ ଏମର୍ଜେନ୍ସି ସର୍ଭିସ ସେଠାରେ ପହଞ୍ଚୁଥିବାର ଦେଖିବାକୁ ମିଳୁଛି । ଏଥିସହ ଚଟାଣରେ ରକ୍ତ ଛିଟା ପଡିଥିବା ବେଳେ ପାଖରେ କିଛି ଲୋକ ଆହତ ଅବସ୍ଥାରେ ପଡିଥିବାର ଦେଖାଯାଉଛି । ଛୁରାମାଡର ଶିକାର ହୋଇଥିବା ପୀଡିତଙ୍କ ଭିତରେ ଜଣେ ମାଆ ଓ ଛୁଆ ରହିଛନ୍ତି । ତେବେ ଏହି ଆକ୍ରମଣରେ ୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଆଉ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ଏ ଯାଏଁ କିଛି ସ୍ପଷ୍ଟ ସୂଚନା ଆସିପାରିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking