30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପତ୍ନୀଙ୍କ ସହ କେଜ୍ରିୱାଲଙ୍କ ହୋଇପାରୁନି ବ୍ୟକ୍ତିଗତ ସାକ୍ଷାତ, ଅମାନବୀୟ ଆଚରଣ କହିଲେ ସଞ୍ଜୟ

ପତ୍ନୀଙ୍କ ସହ କେଜ୍ରିୱାଲଙ୍କ ହୋଇପାରୁନି ବ୍ୟକ୍ତିଗତ ସାକ୍ଷାତ, ଅମାନବୀୟ ଆଚରଣ କହିଲେ ସଞ୍ଜୟ

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳୁନି ବେଲ୍ । କେଜ୍ରିୱାଲଙ୍କ ଆବେଦନ ଖାରଜ ହେବା ସହିତ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ଭିତରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଆଜି ପୁଣି ଥରେ ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି । ବିଜେପିର ନିର୍ଦ୍ଦେଶରେ ତିହାର ଜେଲ୍ ପ୍ରଶାସନ କାର୍ଯ୍ୟ କରୁଛି ବୋଲି ସେ ଦାବି କରିଛନ୍ତି । କେବଳ କେଜ୍ରିୱାଲଙ୍କ ପତ୍ନୀଙ୍କୁ ହିଁ ଭେଟିବାକୁ ଅନୁମତି ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ସଞ୍ଜୟ ସିଂ ଅଭିଯୋଗ କରି କହିଛନ୍ତି, “ଯେତେବେଳେ କେଜ୍ରିୱାଲଙ୍କ ପତ୍ନୀ ତାଙ୍କ ସହ ସାକ୍ଷାତ କରିବା ପାଇଁ ନିବେଦନ କରିଥିଲେ ସେତେବେଳେ ତାଙ୍କୁ ସାମ୍ନାସାମ୍ନି ନୁହେଁ ବରଂ ଝରକା ଦେଇ ସାକ୍ଷାତ କରିବାକୁ କୁହାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ପ୍ରତି ଅମାନବୀୟ ବ୍ୟବହାର କାହିଁକି ? ଏହା ଏକ ଅମାନବୀୟ କାର୍ଯ୍ୟ ଅଟେ । ସଞ୍ଜୟ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ହତ୍ୟା ଅପରାଧୀଙ୍କୁ ବାରାକ ପାଖରୁ ଭେଟିବାକୁ ସୁଯୋଗ ଦିଆଯାଉଛି । କିନ୍ତୁ ୩ଥରର ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସୁନୀତାଙ୍କ ପ୍ରତି ଏପରି ଆଇନ କଣ ପାଇଁ? ଏଭଳି ଅମାନୁଷିକ କାର୍ଯ୍ୟ କେବଳ କେଜ୍ରିୱାଲଙ୍କୁ ଅପମାନିତ ଏବଂ ଧୌର୍ଯ୍ୟହରା ହେବା ପାଇଁ କରାଯାଉଛି । ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଲଢେଇ ଚାଲିଛି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରାୟ ୬ମାସ ଜେଲରେ ରହିବା ପରେ ଗତ ଏପ୍ରିଲ ୩ ତାରିଖରେ ତାଙ୍କୁ ଜାମିନ ମିଳିଥିଲା । ତେବେ ଜେଲରୁ ବାହାରିବା ପରେ ସେ ପ୍ରଥମେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା, ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ପୁନାଜ ଜୈନଙ୍କୁ ସାକ୍ଷାତ କରିଥିଲେ । ତିହାର ଜେଲରୁ ମୁକୁଳିବା ପରେ ସେ ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋକସଭା ନିର୍ବାଚନ ନେଇ ସେ ଅଧିକ ସକ୍ରିୟ ହୋଇଛନ୍ତି । କହିରଖୁଛୁ କି ଏପ୍ରିଲ ୯ ତାରିଖରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ମଧ୍ୟ ଭେଟିଥିଲେ । କହିରଖୁଛୁ କି, ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସର୍ବୋଚ୍ଚ କୋର୍ଟରେ କେଜ୍ରିୱାଲ କରିଥିବା ଆବେଦନର ଶୁଣାଣି ୧୫ ତାରିଖରେ ହେବ । ଦିଲ୍ଲୀ ହାଇକୋର୍ଟ ଗିରଫଦାରୀକୁ ବୈଧ ଦର୍ଶାଇବା ସହ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହା ବିରୋଧରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking