36.1 C
Bhubaneswar
Tuesday, May 21, 2024
Homeଓଡିଶାବଜ୍ରପାତରେ ୧ ମୃତ , ୨ ଗୁରୁତର

ବଜ୍ରପାତରେ ୧ ମୃତ , ୨ ଗୁରୁତର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ରବିବାର ଅପରାହ୍ନ ୫ଟା ସମୟରେ ହଠାତ୍‌ ଧୂଳିଝଡ ଆରମ୍ଭ ହୋଇଯାଇଥିଲା। ପରେପରେ ବର୍ଷା, କୁଆପଥର ମାଡ଼ ଓ ଘନଘନ ବଜ୍ରପାତ ହୋଇଥିଲା। ମୁଗବିଲରେ କାମ କରୁଥିବା ଆଳିଥାନା କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ୩ ଜଣ ଚାଷୀ ବଜ୍ରପାତ ଓ କୁଆପଥର ମାଡରୁ ରକ୍ଷା ପାଇବା ପାଇଁ ଏକ ପାଲରେ ଆଶ୍ରୟ ନେଇଥିଲେ। ହେଲେ ପାଲରେ ବଜ୍ରପାତ ଘଟିବାରୁ ତିନିଜଣ ଗୁରୁତର ଆହତ ହୋଇଥିଲେ। ନିକଟରେ ଥିବା ଗ୍ରାମବାସୀ ତାଙ୍କୁ ସଙ୍ଗେସଙ୍ଗେ ଆଳି ମେଡିକାଲ ଥିଲେ। ହେଲେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ଜଣ ଚାଷୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking