29.1 C
Bhubaneswar
Saturday, April 27, 2024
Homeଓଡିଶାଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କ ଗାଡ଼ି ଉପରେ ୨ ହଜାର ଟଙ୍କାର ଫାଇନ୍‌ 

ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କ ଗାଡ଼ି ଉପରେ ୨ ହଜାର ଟଙ୍କାର ଫାଇନ୍‌ 

ପୁରୀ : ଶ୍ରୀମନ୍ଦିର ସମ୍ମୁଖ ଜଗାବଳିଆ ଲଜ୍‌ଠାରୁ ଶ୍ରୀନହର ଦେଇ ଉତ୍ତରଦ୍ବାର ପର୍ଯ୍ୟନ୍ତ କୌଣସି ଗାଡ଼ି ପାର୍କିଂ ହେବନାହିଁ ବୋଲି ନିର୍ଦ୍ଦେଶ ହୋଇଥିଲା। ତେଣୁ ଏହି ଅଞ୍ଚଳରେ ଦୈନିକ ଟ୍ରାଫିକ୍‌ ପୁଲିସ ଗାଡ଼ି ଉଠାଇବା ଯନ୍ତ୍ର ସହିତ ପଇଁତରା ମାରୁଛି। ଯେଉଁ ଗାଡ଼ି ଏହି ଅଞ୍ଚଳରେ ପାର୍କିଂ କରୁଛି, ତାହାକୁ ଜବତ କରି ପୁଲିସ ଜରିମାନା ଆଦାୟ କରୁଛି। ମାତ୍ର ଏଭଳି ପରିସ୍ଥିତିରେ ଏହି ଅଞ୍ଚଳକୁ ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟଙ୍କ ଗାଡ଼ି ପଶି ଆସିଥିଲା। ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବୁଧବାର ପୁଲିସ ବିଧାୟକଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରିଛି।

ସୂଚନା ଅନୁଯାୟୀ, ଗତକାଲି  ଅପରାହ୍ଣ ପ୍ରାୟ ୩ଟା ସମୟ‌ରେ ଓଡି ୨୨ ଏନ୍‌ ୦୦୦୧ ନମ୍ବର ବିଶିଷ୍ଟ ଏକ କାର୍‌ ସିଂହଦ୍ବାର ସମ୍ମୁଖକୁ ଆସିଥିଲା। ଏହି ଗାଡ଼ିଟି ଚାନ୍ଦବାଲି ବିଧାୟକ ଶ୍ରୀ ରାୟଙ୍କର ବୋଲି ଜଣାପଡ଼ିଥିଲା। ସେ ଏହି ଗାଡ଼ିଟିକୁ ନେଇ ସିଂହଦ୍ବାର ସମ୍ମୁଖକୁ ଆଣିଥିଲେ। ଏହାପରେ ଶ୍ରୀମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଏହି ଗାଡ଼ିଟି ଏଠାରେ ପାର୍କିଂ ହୋଇଥିବା ନେଇ କୁମାର ଉତ୍ସବ କମିଟି ସମ୍ପାଦକ ସ୍ବାଧୀନ କୁମାର ପଣ୍ଡା ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହାପରେ ଟ୍ରାଫିକ୍‌ ପୁଲିସ ଗାଡ଼ିଟିକୁ ଅଟକ ରଖି ପ୍ରଶାସନର ନିୟମକୁ ଅନୁପାଳନ କରି ନଥିବାରୁ ୨ ହଜାର ଟଙ୍କା ଜରିମାନା କରିଥିଲେ। ଏହି ଜରିମାନା ଟଙ୍କା ଆଦାୟ କରିବା ପରେ ପୁଲିସ ଏହି ଗାଡ଼ିଟିକୁ ଛାଡ଼ି ଦେଇଥିଲା। ତେବେ ଏହି ଗାଡ଼ିରେ ବିଧାୟକ ନଥିଲେ ବୋଲି ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking