35.1 C
Bhubaneswar
Tuesday, April 23, 2024
Homeଓଡିଶାଟ୍ରେନ୍ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ

ଟ୍ରେନ୍ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ

ବ୍ରାହ୍ମଣୀଗାଁ : ନିଜ ଗାଁରେ କାମ ନମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ ଜଣେ ଯୁବକ । ହେଲେ ସେଠାରେ ତାଙ୍କର ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ଶବ ଆଣିବାକୁ ପରିବାର ଲୋକ ପାଖରେ ନାହିଁ ଟଙ୍କା । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୁଃଖ ଦାୟକ ଘଟଣା । ଏହି ଗ୍ରାମର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ୨୨ ବର୍ଷୀୟ ପୁଅ ରମାକାନ୍ତ ପ୍ରଧାନ ଦାଦନ ଖଟିବାକୁ କେରଳର ତ୍ରିଶୁର ଅଞ୍ଚଳକୁ ଗତ ୨୦୧୯ ମସିହାରେ ଯାଇଥିଲା । ପରିବାର ପ୍ରତିପୋଷଣ ପାଇଁ ଘରକୁ ଟଙ୍କା ମଧ୍ୟ ପଠାଉଥିଲେ। ହେଲେ ପରିବାର ଲୋକ ବୁଧବାର ଦିନ ହଠାତ୍ ଶୁଣିବାକୁ ପାଇଲେ ଯେ ପୁଅ ରମାକାନ୍ତ ପ୍ରଧାନର ଶବ କେରଳ ସ୍ଥିତ କୋରାଟେ ପୋଲିସ ଷ୍ଟେସନ ଅଞ୍ଚଳର ଏକ ରେଳ ଲାଇନ ଉପରେ ପଡ଼ିରହିଛି ।

ଏହି ଶବକୁ ରେଳ ପୋଲିସ ଜବତ କରି ଦାରିଙ୍ଗବାଡ଼ି ଥାନାକୁ ସୂଚନା ଦେଇଥିଲା । ଏନେଇ କୋରାଟେ ପୋଲିସ ଷ୍ଟେସନରେ ଅପମୃତ୍ୟୁ ମାମଲା ନଂ ୮୨୮/୨୧ ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ନେବାକୁ ପରିବାର ଲୋକଙ୍କୁ ଜଣାଇଦେବାକୁ ରେଳ ପୋଲିସ ଦାରିଙ୍ଗବାଡ଼ି ଥାନାକୁ ଜଣାଇଦେଇଥିଲେ ।

ଦାରିଙ୍ଗବାଡ଼ି ପୋଲିସ ରମାକାନ୍ତଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଦେଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ପରିବାର ଲୋକଙ୍କ ପାଖରେ ଟଙ୍କା ନଥିବା ଯୋଗୁଁ ସେମାନେ ପୁଅର ଶବ ଆଣିବାକୁ ସକ୍ଷମ ନାହାନ୍ତି । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପୁଅର ଶବ ଆଣିଦେବାକୁ ପରିବାର ଲୋକଙ୍କ ସମେତ ଅଞ୍ଚଳବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking