30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଋତୁସ୍ରାବ ସମୟରେ କରନ୍ତୁନି ଏହି ଭୁଲ

ଋତୁସ୍ରାବ ସମୟରେ କରନ୍ତୁନି ଏହି ଭୁଲ

ନୂଆଦିଲ୍ଲୀ: ପିରିୟଡସ ଅର୍ଥାତ ମାସିକ ଋତୁସ୍ରାବ ସମୟରେ ମହିଳାମାନଙ୍କର ମୁଣ୍ଡବିନ୍ଧା, କାନ୍ଧ ଦରଜ, ବ୍ଲିଡିଂ, ଅନିଦ୍ରା ଭଳି ସମସ୍ୟା ଦେଖାଦିଏ । ଏହାଦ୍ୱାରା ସେମାନଙ୍କର ଡେଲି ରୁଟିନରେ ପରିବର୍ତନ ହୋଇଥାଏ । ଡାକ୍ତରଙ୍କ କହିବାନୁସାରେ, ମହିଳାଙ୍କ ସହ ସବୁବେଳେ ଏମିତି ସମସ୍ୟା, ପ୍ୟାଡ, ଖାଦ୍ୟପେୟ, ଓ ପେନକିଲର କାରଣରୁ ହୋଇଥାଇପାରେ । ଅଜଣାତରେ ହୁଏତ ଏହି ଭୁଲ ଆପଣଙ୍କୁ ଭାରି ପଡିପାରେ । ତାହେଲେ ଚାଲନ୍ତୁ ଜାଣିବା ଋତୁସ୍ରାବ ସମୟରେ କଣ କରିବା ଉଚିତ ନୁହେଁ..

ପେନକିଲର- ଏଥିରୁ ମୁକ୍ତି ପାଇବା ପାଇଁ ମହିଳାମାନେ ସାଧାରଣ ଭାବରେ ପେନକିଲର ଖାଇଥାନ୍ତି । ହେଲେ ଏମିତି କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଆମେରିକାନ ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ମୁତାବକ, ପିରିୟଡ୍ସ ସମୟରେ ଆପଣ ନେଉଥିବା ପେନକିଲର ହାନିକାରକ ହୋଇଥାଏ । ଏମିତି ମେଡିସିନ ନେବା ଦ୍ୱାରା ଶରୀରରେ ଆମର ଉପକାର କରୁଥିବା ବ୍ୟାକ୍ଟେରିଆ ବି ମରିଯାଆନ୍ତି । ଫଳରେ ମହିଳାଙ୍କୁ ହାର୍ଟ ଆଟାକ, କିଡନୀ, ଲିଭର ଭଳି ସମସ୍ୟା ହୋଇପାରେ ।

 

 

ସୁଗନ୍ଧଯୁକ୍ତ ପରଫ୍ୟୁମ ବ୍ୟବହାର- ଏହି ସମୟରେ ମହିଳାମାନେ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ସୁଗନ୍ଧଯୁକ୍ତ ପରଫ୍ୟୁମ ବ୍ୟବହାର କରନ୍ତି । ଏମିତି କରିବା ଦ୍ୱାରା ଆପଣଙ୍କୁ ଇଷ୍ଟ ଇନଫେକ୍ସନ ସହ ଇନ୍ୟ କିଛି ସଂକ୍ରମଣ ହେବାର ଆଶଙ୍କ ମଧ୍ୟ ବଢିଯାଏ । ଏହା ଏଥିପାଇଁ ହୋଇଥାଏ, କାରଣ ପରଫ୍ୟୁମରେ ସିନ୍ଥେଟିକ ଓ ଅନ୍ୟ କେମିକାଲ ରହିଥାଏ ଯାହା ଆପଣଙ୍କ ସ୍କିନକୁ ନଷ୍ଟ କରିଦିଏ ।


ଡାଇଟିଂ କରିବା- ପିରିୟଡ୍ସ ସମୟରେ ପୁଷ୍ଟିକର ଓ ପର୍ଯ୍ୟାପ୍ତ ମାତ୍ରାରେ ଖାଇବା ନିତାନ୍ତ ଜରୁରୀ ହୋଇଥାଏ । ଏହି ସମୟରେ କୌଣସି ପ୍ରକାର ଖାଦ୍ୟ ନଖାଇବା ସ୍ୱାସ୍ଥ୍ୟକୁ କ୍ଷତି ପହଚାଂଇଥାଏ । ମନେରଖନ୍ତୁ, ଏହି ସମୟରେ ଶରୀର ଅତ୍ୟନ୍ତ ଦୁର୍ବଳ ରହିଥାଏ । ଆଉ ଏ ସମୟରେ ଖାଦ୍ୟ ନଖାଇବା ଭାରି ପଡିପାରେ ।


ପ୍ୟାଡ ଜନିତ ସମସ୍ୟା- ଅନେକ ସମୟରେ ମହିଳାମାନେ ଲମ୍ବା ସମୟ ଧରି ଗୋଟିଏ ପ୍ୟାଡ ବ୍ୟବହାର କରିଥାନ୍ତି । ମାତ୍ର ଏହା ଭୁଲ । ଆପଣଙ୍କୁ ତିନି ଘଣ୍ଟାରେ ଥରେ ସାନିଟାରୀ ନ୍ୟାପକିନ ବଦଳାଇବା ଜରୁରୀ । ଫଳରେ ଆପଣ ସଂକ୍ରମଣରୁ ଦୂରେଇ ରହିପାରିବେ । ଏହାସହ ଦୁର୍ଗନ୍ଧ ମଧ୍ୟ ହେବ ନାହିଁ ।

ବ୍ୟାୟାମ- ସବୁବେଳେ ମନେରଖନ୍ତୁ, ପିରିୟଡସ ସମୟରେ ଆପଣ ଏକ୍ସରସାଇଜ କରିବା ନିତାନ୍ତ ଆବଶ୍ୟକ । ଫଳରେ ଆପଣଙ୍କ ଶରୀରରୁ ଝାଳ ରୂପରେ ସବୁ ଟକ୍ସିନ ବାହାରିଥାଏ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking