27.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଇଣ୍ଟରନେଟ ସେବା ସହ ଗାଜୀପୁର ସୀମା ବନ୍ଦ

ଇଣ୍ଟରନେଟ ସେବା ସହ ଗାଜୀପୁର ସୀମା ବନ୍ଦ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ପରେଡ ମଧ୍ୟରେ ହୋଇଥିବା ହଙ୍ଗାମା ପରେ ଥଣ୍ଡା ପଡିବା ପରିବର୍ତ୍ତେ କେନ୍ଦ୍ର କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ପୁଣି ତୀବ୍ରତର ହେଉଥିବା ଦେଖିବାକୁ ମିଳିଛି । କୃଷକମାନେ ଶନିବାର ଦିନ ଉପବାସ ରହି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ଦିଲ୍ଲୀ ସୀମାରେ ଇଂଟରନେଟ ସେବା ଦୁଇ ଦିନ ପାଇଁ ବନ୍ଦ କରିଦିଆଯାଇଛି ।

ଅନ୍ୟପଟେ ରାଷ୍ଟ୍ରୀୟ ରାଜମାର୍ଗ-୨୪ ଓ ଗାଜୀପୁର ବର୍ଡର ରାସ୍ତାକୁ ବି ବନ୍ଦ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଆଧାରରେ, ଜନ ସୁରକ୍ଷାକୁ ଧ୍ୟାନରେ ରଖି ସିନ୍ଧୁ, ଗାଜୀପୁର ଓ ଟିକରୀ ସୀମା ଓ ଏହାର ନିକଟବର୍ତୀ ଅଂଚଳରେ ଇଣ୍ଟରନଟେ ସେବା ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ଏହି ପ୍ରତିବନ୍ଧକ ୨୯ ଜାନୁୟାରୀ ରାତି ୧୧ରୁ ଜାନୁୟାରୀ ୩୧ ରାତି ୧୧ ଯାଏ ବଳବତ୍ତର ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking