29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗସାନଭାଇକୁ ହତ୍ୟା କଲା ୧୩ ବର୍ଷର ନାବାଳକ

ସାନଭାଇକୁ ହତ୍ୟା କଲା ୧୩ ବର୍ଷର ନାବାଳକ

ନୂଆଦିଲ୍ଲୀ: ଜଣେ ୧୩ ବର୍ଷର ନାବାଳକ ନିଜ ସାନ ଭାଇ ସହିତ ଅନ୍ୟ ଏକ ପିଲା ସହ ଝଗଡାକୁ ନେଇ ଏତେମାତ୍ରାରେ ଉତ୍ୟକ୍ତ ହୋଇଗଲା ଯେ, ସେ ଏକ ଲୁହା ରଡରେ ୧୨ ବର୍ଷର ସାନଭାଇକୁ ପିଟି ହତ୍ୟା କରିଦେଇଛି । ସମାଜରେ ସହନଶୀଳତାରେ ହ୍ରାସ ଦେଖାଉଥିବା ଏହି ଘଟଣା ଗୁଜୁରାଟ ସୁରତ ଜିଲ୍ଲାରେ ଘଟିଛି । ସୁରତର ପାଣ୍ଡେସରା ଅଚଂଳରେ ୧୨ ବର୍ଷର ପିଲାର ମୃତଦେହ ମିଳିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ବ୍ୟବହୃତ ଲୁହା ରଡ୍ ଜବତ କରିଛି । ଏହାର ତଦନ୍ତ ମଧ୍ୟ ଆରମ୍ଭ କରିଛି । ୧୩ ବର୍ଷ ନାବାଳକ ଦ୍ୱାରା ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଅଭିଯୁକ୍ତ ନାବାଳକ ଝଗଡାର ପ୍ରତିଶୋଧ ନେବା ପାଇଁ ଏମିତି କରିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ନାବାଳକକୁ ଗିରଫ କରିଛି । ଅନ୍ୟପଟେ ଏହାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking