28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପ୍ରାଇଭେସି ପଲିସି ଅପଡେଟ ହେବା ପରେ ୨୮ ପ୍ରତିଶତ ବ୍ୟବହାରକାରୀ ଛାଡିବେ ହ୍ୱାଟସଆପ

ପ୍ରାଇଭେସି ପଲିସି ଅପଡେଟ ହେବା ପରେ ୨୮ ପ୍ରତିଶତ ବ୍ୟବହାରକାରୀ ଛାଡିବେ ହ୍ୱାଟସଆପ

ନୂଆଦିଲ୍ଲୀ: ହ୍ୱାଟସଆପ ନୂଆ ପ୍ରାଇଭେସି ପଲିସି ଏହାକୁ ଅପଡେଟ କରିଥିଲା ହ୍ୱାଟସଆପ । ଅପଡେଟ ହେବା ପରେ ଏହି ପ୍ଲାଟଫର୍ମ ବିବାଦକୁ ଆସିଥିଲା । ଏହାକୁ ମେ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ହ୍ୱାଟସଆପ । ଏହାରି ମଧ୍ୟରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ୭୯ ପ୍ରତିଶତ ବ୍ୟବହାରକାରୀ ପୁଣି ଥରେ ହ୍ୱାଟସଆପ ବ୍ୟବହାର କରିବା ନେଇ ଚିନ୍ତା କରୁଛନ୍ତି । ଅନ୍ୟପଟେ ୨୮ ପ୍ରତିଶତ ଲୋକଙ୍କ କହିବାନୁସାରେ, ନୂଆ ପଲିସି ମେ’ରେ ଲାଗୁ ହେବା ପରେ ହ୍ୱାଟସଆପ ବ୍ୟବହାର ବନ୍ଦ କରିଦେବେ । ଫେସବୁକ ମାଲିକାନା ହ୍ୱାଟସଆପ ମେ ୨୦୨୧ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଥିଲା । ଆଉ ଏତେ ସମୟ ଦେବାର ଅର୍ଥ ବ୍ୟବହାରକାରୀ ଅପଡେଟ ବିଷୟରେ ଭଲ ଭାବରେ ଚିନ୍ତା କରନ୍ତୁ ଏବଂ ଏନେଇ ନିଷ୍ପତ୍ତି ନିଅନ୍ତୁ । ହୁଏତ ଏଥିପାଇଁ ୭୯ ପ୍ରତିଶତ ବ୍ୟବହାରକାରୀ ଏବିଷୟରେ ପୁଣି ଚିନ୍ତା କରିବାକୁ ଲାଗିଛନ୍ତି କି ସେମାନଙ୍କୁ ହ୍ୱାଟସ ଆପ ବ୍ୟବହାର କରିବା ଉଚିତ କି ନୁହେଁ । ସାଇବର ମିଡିଆ ରିସର୍ଚ୍ଚ ଫର୍ମ ଦ୍ୱାରା କରାଯଯାଇଥିବା ଏହି ଷ୍ଟଡିରେ, ଅନ୍ୟ ମେସେଜିଂ ଆପକୁ ଯଦି ଗ୍ରାହକ ଯିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କ ପ୍ରଥମ ପସନ୍ଦ ଟେଲିଗ୍ରାମ ବୋଲି ଜଣାପଡିଛି । ୪୧ ପ୍ରତିଶତ ବ୍ୟବହାରକାରୀ ଦର୍ଶାଇଛନ୍ତି ଯେ, ସେମାନେ ପ୍ରାଇଭେସି ଫୋକସଡ ଆପକୁ ଯିବାକୁ ପସନ୍ଦ କରିବେ । ସେହିଭଳି ୩୫ ପ୍ରତିଶତ ଲୋକ ସିଗନାଲ ବାଛିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking