25.1 C
Bhubaneswar
Thursday, May 9, 2024
Homeକରୋନାକରୋନା ଚମତ୍କାରୀ ଔଷଧ ପାଇଁ ୧୦ ହଜାର ଲୋକଙ୍କ ଲାଇନ୍‌

କରୋନା ଚମତ୍କାରୀ ଔଷଧ ପାଇଁ ୧୦ ହଜାର ଲୋକଙ୍କ ଲାଇନ୍‌

ନୂଆଦିଲ୍ଲୀ : କରୋନାର ଆତଙ୍କ ଏବେ ଦେଶରେ ସଭିଙ୍କୁ ଆତଙ୍କିତ କରିଛି । ଲୋକେ ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ଆୟୁରବେଦ ଔଷଧ ହେଉ ବା ଘରୋଇ ନୁସ୍କା, ସବୁକୁ ପ୍ରୟୋଗ କରିବାକୁ ପଛାଉ ନାହାଁନ୍ତି । ଜୀବନ ମରଣ ସମୟରେ କୁଟା ଖିଅକୁ ଆଶ୍ରା ଭଳି କିଛି ବି କରିବାକୁ ପଛାଉ ନାହାଁନ୍ତି । ଏମିତି ସମୟରେ ଆନ୍ଧ୍ର ପ୍ରଦେଶରେ କରୋନା ଭଲ କରିବା ନେଇ ଭାଇରାଲ ହୋଇଛି ଏକ ଚମତ୍କାରୀ ଔଷଧର ଖବର । ଏହାକୁ ପାଇବା ପାଇଁ ଲାଗିଛି ଲୋକଙ୍କ ଅସମ୍ଭବ ଭିଡ଼ । ଏପରି ଘଟଣା ଦେଖା ମିଳିଛି ଆନ୍ଧ୍ର ପ୍ରଦେଶର ନିଲ୍ଲୋର ଜିଲ୍ଲାର କୃଷ୍ଣାପଟ୍ଟ୍‌ନମ୍‌ ନାମକ ଏକ ଗାଁରେ ।

ଏଠାରେ ମିଳୁଥିବା ଏକ ଆୟୁର୍ବେଦ ଔଷଧ କରୋନାକୁ ଭଲ କରୁଥିବା ନେଇ ଦାବି ହୋଇଛି । ଏହାକୁ ପାଇବା ପାଇଁ ପ୍ରାୟ ୧୦ ହଜାର ଲୋକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ଫଳରେ ଆନ୍ଧ୍ର ସରକାର ବାଧ୍ୟ ହୋଇ ଏହି ଔଷଧର ପରୀକ୍ଷା ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) କୁ ପଠାଇବାକୁ ନିଷ୍ପତ୍ତି ନେଇଛି । ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ କେନ୍ଦ୍ର ଆୟୁଷ ମନ୍ତ୍ରୀ ଓ ଆଇସିଏମ୍‌ଆର୍‌କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନ ମୋହନ ରେଡ୍ଡୀ କରୋନା ସଂକ୍ରମଣ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକ ଡାକିବା ସହ ଆୟୁର୍ବେଦ ଔଷଧର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏହି ଔଷଧ ଠିକ୍‌ ହୋଇ ନଥାଏ । ତେବେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking