30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶମହିଳା ଓ ପିଲାଙ୍କ କ୍ଷେତ୍ରରେ ହ୍ୱାଇଟ ଫଙ୍ଗସ ହେବାର ଆଶଙ୍କା ଅଧିକ

ମହିଳା ଓ ପିଲାଙ୍କ କ୍ଷେତ୍ରରେ ହ୍ୱାଇଟ ଫଙ୍ଗସ ହେବାର ଆଶଙ୍କା ଅଧିକ

ଗାଜିୟାବାଦ: କରୋନା ମଧ୍ୟରେ ବ୍ଲାକ ଫଙ୍ଗସ ସହିତ ହ୍ୱାଇଟ ଫଙ୍ଗସ ବିପଦ ବି ବଢୁଛି । ଡାକ୍ତରଙ୍କ ଅନୁସାରେ, ହ୍ୱାଇଟ ଫଙ୍ଗସ ଦ୍ୱାରା ମହିଳା ଓ ପିଲାମାନେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ।  ଯେତେବେଳେ କି ବ୍ଲାକ ଫଙ୍ଗସରେ ଏମିତି ନାହିଁ । ସେଥିପାଇଁ ସେମାନଙ୍କୁ ଟିକେ ଅଧ୍ଖଳ ସତର୍କ ରହିବା ଆବଶ୍ୟକ ।  ଏହି ରୋଗ ଫୁସଫୁସକୁ ପ୍ରଭାବିତ କରେ ଏବଂ କରୋନାରେ ବି ଏହି ଲକ୍ଷଣ ରହିଛି ।  ଗାଜିୟାବାଦରେ ସରକାରୀ ହସ୍ପିଟାଲରେ ଫଙ୍ଗସ ଚିକିତ୍ସା ହେଉନାହିଁ । ସେଥିପାଇଁ ରୋଗୀ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି ।  ସବୁଠୁ ଅଧିକ ରୋଗୀ ହର୍ଷ ଇଏନିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  ସେଠିକାର ଡାକ୍ତର ରୋଗୀଙ୍କ ରିପୋର୍ଟକୁ ଷ୍ଟଡି କରି କହିଛନ୍ତି, ଏହି ରୋଗ ମହିଳା ଓ ପିଲାଙ୍କ କ୍ଷେତ୍ରରେ ଅଧିକ ।  ଏହା ସହିତ ଯାହାର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନଙ୍କୁ ବି ଏହା ହୋଇଥାଏ ।  ଏହାବ୍ୟତୀତ ମଧୁମେହ, କର୍କଟ ରୋଗୀ କିମ୍ବା ଯିଏ ଲମ୍ବା ସମୟ ଧରି ଷ୍ଟେରଏଡ ନେଉଛନ୍ତି, ସେମାନେ ବିଶେଷ ଧ୍ୟାନ ଦେବା ଉଚିତ୍ ।  ହ୍ୱାଇଟ ଫଙ୍ଗସ ସେହି କରୋନାଭାଇରସ ରୋଗୀଙ୍କୁ ଆକ୍ରାନ୍ତ କରେ, ଯିଏ ଅକ୍ସିଜେନ ସପୋର୍ଟରେ ଅଛନ୍ତି ।  ଏହି ରୋଗରେ ନିମୋନିଆ କରୋନା ଭଳି ହୋଇଥାଏ । ଯଦି କୌଣସି ରୋଗୀଙ୍କୁ ନିମୋନିଆ ମଧ୍ୟରେ କରୋନା ନେଗେଟିଭ ଥାଏ ତେବେ ହ୍ୱାଇଟ ଫଙ୍ଗସ ର ନିମୋନିଆ ହୋଇପାରେ । ଯାହାର ଲକ୍ଷଣ କରୋନା ସହ ପ୍ରାୟ ସମାନ । ହେଲେ ଏହାର ଚିକିତ୍ସାରେ ବହୁତ ପାର୍ଥକ୍ୟ ରହିଛି । ହ୍ୱାଇଟ ଫଙ୍ଗସରୁ ରକ୍ଷା ପାଇବା ପାଇଁ ଶରୀର ଓ ନିଜ ଆଖପାଖ ସଫା ସୁତୁରା ରଖିବା ଦରକାର ।  କାରଣ ଫଙ୍ଗସ ଆଦ୍ର ସ୍ଥାନରେ ବଢିଥାଏ । ଧୋଇହୋଇନଥିବା ଫଳ ଓ ପନିପରିବା ଖାଇବା ଅନୁଚିତ୍ । ଅଧିକ ଦିନ ଯାଏଁ ଫ୍ରିଜ ରେ ଥିବା ଖାଇବା ଅନୁଚିତ୍ । ଏହାବ୍ୟତୀତ ସମସ୍ତଙ୍କୁ ପ୍ରତିଦିନ ମାସ୍କ ସଫା କରିବା ଦରକାର କିମ୍ବା ନୂଆ ମାସ୍କ ବ୍ୟବହାର କରିବା ଦରକାର । ନିୟମିତ ଭାବରେ ସତେଜ ଫଳ ଖାଆନ୍ତୁ । ଘରେ ସୂର‌୍ୟ୍ୟ କିରଣ ପଡିବାକୁ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking