28.1 C
Bhubaneswar
Saturday, April 27, 2024
Homeଅପରାଧପୁଣି ଲଜ୍ଜା : ନାବାଳିକାକୁ ଗଣଦୁର୍ଷ୍କମ

ପୁଣି ଲଜ୍ଜା : ନାବାଳିକାକୁ ଗଣଦୁର୍ଷ୍କମ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଟାଇଁସରରୁ ଧନୁଯାତ୍ରା ଦେଖି ଫେରୁଥିବାବେଳେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଛି। ଏହି ଘଟଣାରେ ମହୁଲପାଲି ପୁଲିସ ସାନମୁଣ୍ଡାଲୋଇ ନୂଆଁପଡ଼ାର ଯୋଗେଶ୍ବର ମୁଣ୍ଡା (୨୪) ଓ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଗତ ୫ ତାରିଖରେ ୧୫ ବର୍ଷିୟା ନାବାଳିକା ଜଣକ ଟାଇଁସରକୁ ଧନୁଯାତ୍ରା ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୧୧ଟାରେ ତାଙ୍କ ଗାଁର ଜଣେ ମହିଳାଙ୍କ ସହ ଘରକୁ ଫେରୁଥିଲେ। କୁସମୀ ଜମନକିରା ଫୁଟ୍‌ବଲ୍ ପଡ଼ିଆ ଦେଇ ସେମାନେ ଫେରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଯୋଗେଶ୍ବର ଓ ଜଣେ ନାବାଳକ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଏ ସଂପର୍କରେ ଘରେ ଜଣାଇବା ପରେ ୬ ତାରିଖରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ପୀଡ଼ିତା ଓ ୨ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଥିଲେ। ଏଥିସହ ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରିରହିଛି ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking