37.1 C
Bhubaneswar
Thursday, March 28, 2024
Homeଅପରାଧଯୁବକଙ୍କୁ ପଥରରେ ଛେଚି ହତ୍ୟା

ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଡେଲାଙ୍ଗ : ଯୁବକଙ୍କୁ ପଥରରେ ଛେଚି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି,ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଙ୍ଗଳ ପଞ୍ଚାୟତରେ । ରକ୍ତାକ୍ତ ଅବସ୍ଥାରେ ମିଳିଲା ମୃତଦେହ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଏକ ବିବାହ ଭୋଜିରେ ଗଣ୍ଡଗୋଳକୁ ନେଇ ଯୁବକକୁ ପଥର ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯୁବକ ଜଣଙ୍କ ହେଲେ କାଶୀନାଥ ମହାପାତ୍ର । ଖବର ପାଇ ଘଟଣାସ୍ଥଳରେ ଡେଲାଙ୍ଗ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ । ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏ ନେଇ ପୁଲିସ ୩ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
https://onakhabar.com/2020/02/07/murder-case-in-malkangiri/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking