32.1 C
Bhubaneswar
Saturday, May 4, 2024
Homeଓଡିଶାସ୍କୁଲରେ ଏସ୍‌ଓପିକୁ କଡ଼ାକଡ଼ି ପାଳନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ସ୍କୁଲରେ ଏସ୍‌ଓପିକୁ କଡ଼ାକଡ଼ି ପାଳନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜଧାନୀରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବାହାରିଲାଣି । ଗୁରୁବାର ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିବା ପରେ ଚିନ୍ତା ଆହୁରି ବଢ଼ିଯାଇଛି । ସେପଟେ କେନ୍ଦ୍ରୀୟ ବିଦ୍ୟାଳୟରେ କରୋନା ପଜିଟିଭ ବାହାରିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି। ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଏବଂ ହଷ୍ଟେଲରେ ବର୍ତ୍ତମାନ ସୁଦ୍ଧା କୌଣସି ପଜିଟିଭ ବାହାରି ନାହିଁ । କାରଣ ସେଠାରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସ୍‌ଓପିକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।

କିନ୍ତୁ କେନ୍ଦ୍ରୀୟ ସ୍କୁଲ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ କୋଭିଡ ନିୟମକୁ ଠିକ୍ ଭାବରେ ପାଳନ ହେଉନଥିବାରୁ ସେଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଛି । ସେଥିପାଇଁ ସରକାରଙ୍କ ଏସ୍‌ଓପିକୁ କଡ଼ାକଡ଼ି ପାଳନ କରାଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ । ଏନେଇ ବିଭାଗ ମଧ୍ୟ ଗୁରୁତର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।  ପ୍ରାଇଭେଟ ସ୍କୁଲ ଗୁଡିକ ଉପରେ ଜିଲ୍ଲା ପ୍ରସାସନ କଡା ନଜର ରଖିଛନ୍ତି । ତେବେ କରୋନା ସଂକ୍ରମଣ ଲାଗି ସ୍କୁଲ ବନ୍ଦ କରିବାକୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ଗ୍ରହଣ କରାଯାଇ ନାହିଁ ।ଯେଉଁ ସ୍କୁଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଏସ୍‌ଓପିକୁ ସଠିକ ଭାବେ ପାଳନ କରୁ ନଥିବା ଜଣାପଡ଼ିବ ସେହି ସ୍କୁଲ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking