30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ୩ଟି କୃଷି ବିଲ୍‌କୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଏହି ଆନ୍ଦୋଳନକୁ ୪ ମାସ ପୁରିବାକୁ ଯାଉଥିବାବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦର ଡାକରା ଦେଇଛି । ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ । କୃଷକ ନେତା ଦର୍ଶନ ପାଲ କହିଛନ୍ତି, ଏହି ଆନ୍ଦୋଳନକୁ ସଫଳ କରିବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ । ଅନ୍ୟପଟେ କୃଷକ ନେତା ବୁଟାସିଂ ବୁର୍ଜଗିଲ କହିଛନ୍ତି, ଆନ୍ଦୋଳନକୁ ୪ ମାସ ପୁରିଲାଣି । ସରକାର ଏନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ । ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ । ଏହି ଭାରତ ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବାକୁ ସେ କୃଷକଙ୍କୁ କହିଛନ୍ତି ।

ଏହାସହ ମାର୍ଚ୍ଚ ୨୮ ତାରିଖ ହୋଲି ଅବସରରେ କୃଷି ଆଇନର ପ୍ରତୀକାତ୍ମକ ଛବି ଦହନ କରାଯିବ ବୋଲି ସେ କହିଛନ୍ତି । ଆଜି ଭାରତବନ୍ଦ ଡାକରାକୁ କୃଷକ ସଂଗଠନ ସହ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । କଂଗ୍ରେସ, ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇଏମ୍‌ଏଲ୍ ଭଳି ସଙ୍ଗଠନ କୃଷକଙ୍କ ସହ ମିଶି ବନ୍ଦ ସଫଳ କରିବେ ବୋଲି କହିଛନ୍ତି । ଭୁବନେଶ୍ୱରରେ ଆଇନ୍ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଜନସାଧାରଣଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜନଗହଳି ମାର୍କେଟ୍ ଗୁଡ଼ିକରେ ପୁଲିସ ଟିମ୍ ମୁତୟନ ରହିବେ ବୋଲି ଭୁବନେଶ୍ୱର ଡିସିପି ଡ.ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରର ସବୁ ଥାନା ଅଞ୍ଚଳରେ ସ୍ଥାନୀୟ ପୁଲିସ ପାଟ୍ରୋଲିଂ କରିବା ସହ ଥାନାଧିକାରୀ ଉପସ୍ଥିତ ରହିବେ । ଏହି ବନ୍ଦ ପାଳନ ବେଳେ ଯେମିତି ଜରୁରିକାଳୀନ ସେବା ପ୍ରଭାବିତ ନହେବ ସେନେଇ ପୁଲିସ ଧ୍ୟାନ ଦେଇଛି । ଏହାସହ ଯଦି କେହି ବିନା ହେଲମେଟ୍‌ରେ ରାଲି କରିବେ, ତା’ହେଲେ ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ କରାଯାଇ ସେମାନଙ୍କ ଘରକୁ ଚାଲାଣ ପଠାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking