36.1 C
Bhubaneswar
Wednesday, May 22, 2024
Homeଓଡିଶାସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର : ଔପଦା ଥାନା ସୋରିଷପାଳ ଗାଁରେ ସ୍ତ୍ରୀର ଚିରତ୍ରକୁ ସନ୍ଦେହ କରି ଜଣେ ସ୍ୱାମୀ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖିଛି । ସୂଚନା ଅନୁଯାୟୀ,  ସୋରିଷମାଳ ଗାଁର ଗଙ୍ଗାଧର ନାୟକ ରାଜମିସ୍ତ୍ରୀ ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ଭଳି ସକାଳ ୮ ଘଟିକାରେ ସେ ନିଜ ଗାଁରେ କାମ କରିବା ପାଇଁ ଯାଇଥିଲେ । ଗଙ୍ଗାଧର କାମ କରୁଥିବା ଘର ସେଣ୍ଟ୍ରିଙ୍ଗ ପାଇଁ ଗୋଟେ ବାଉଁଶ ଦରକାର ହେବାରୁ ସେ ବାଉଁଶ ନେବା ପାଇଁ ହଟାତ ନିଜ ଘରକୁ ଯାଇଥିଲେ । ସେହି ସମୟରେ ନିଜ ଘରେ ତାଙ୍କ ପତ୍ନୀ ଅନ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖି ଥିବା ଅଭିଯୋଗ କରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଏବେ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଅପରପକ୍ଷେ ତାଙ୍କ ପତ୍ନୀ ଜୟନ୍ତୀ ନାୟକ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମୁଁ ତାଙ୍କୁ ମୋର ମେଡିସିନି ଆଣିବା ପାଇଁ ଡାକିଥିଲି । ତେବେ ଏହି ଘଟଣାରେ ପୁଲିସ ବୁଧବାର ଠାରୁ ଜଣେ ଯୁବକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking