30.1 C
Bhubaneswar
Sunday, June 16, 2024
Homeଓଡିଶାଆଜିଠାରୁ ରାଜ୍ୟରେ ହାତୀ ଗଣନା ଆରମ୍ଭ

ଆଜିଠାରୁ ରାଜ୍ୟରେ ହାତୀ ଗଣନା ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ହାତୀ ଗଣନା ଆରମ୍ଭ । ରାଜ୍ୟର ୫୧ଟି ଡିଭିଜନ ମଧ୍ୟରୁ ୪୬ଟି ଡିଭିଜନରେ ହାତୀ ଗଣନା କରାଯିବ । ମାଲକାନଗିରି, କୋରାପୁଟ, ପୁରୀ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ବ୍ୟତୀତ ଅନ୍ୟ ସମସ୍ତ ୨୫ଟି ଜିଲ୍ଲାରେ ହାତୀର ଉପସ୍ଥିତି ରହିଛନ୍ତି । ଏହି ଡିଭିଜନ ମଧ୍ୟରେ ୧ହଜାର ୧୩୬ଟି ଟ୍ରି-ହାଉସ ନିର୍ମାଣ କରାଯାଇଛି । ଯାହା ହାତୀ ଗଣନା କରୁଥିବା ଟିମଙ୍କ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ଟ୍ରି-ହାଉସ ମଧ୍ୟରେ ବ୍ୟାରେକ, ୱାଚ୍ ଟାୱାର ଏବଂ ଗଣନା ସମୟରେ ଅନ୍ୟାନ୍ୟ ଜିନିଷର ବ୍ୟବହାର ମଧ୍ୟ କରାଯାଇଛି । ତେବେ ରାଜ୍ୟରେ କଲରାପତରିଆ ବାଘ ଗଣନା ଚାଲିଛି । ରାଜ୍ୟର ୫୧ଟି ଡିଭିଜନରେ କଲରାପତରିଆ ବାଘଙ୍କ ଗଣନା କରାଯାଉଛି । କଲରାପତରିଆ ବାଘ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ଏହି ଗଣନା ୪୦ ଦିନ ପର୍ଯ୍ୟନ୍ତ ଚାଲିବ । କଲରାପତରିଆ ବାଘ ଗଣନା ପାଇଁ ଟ୍ରାପ୍ କ୍ୟାମେରାକୁ ବ୍ୟବହାର କରାଯାଇଛି । ପାଖାପାଖି ପ୍ରାୟ ରାଜ୍ୟର ୫୧ଟି ଡିଭିଜନରେ ୩ ହଜାର ୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯାଇଛି । ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗକିଲୋମିଟରରେ ୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking