29.1 C
Bhubaneswar
Wednesday, May 8, 2024
Homeଓଡିଶାବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ ଅଭିଯୋଗ

ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ ଅଭିଯୋଗ

ଗଞ୍ଜାମ: ସ୍ୱୟଂ ସହାୟିକା ଗୋଷ୍ଠୀକୁ ସରକାର ବିଭିନ୍ନ ଋଣ ସହାୟତା ଦେଇ ନାରୀ ସଶକ୍ତୀକରଣ ଦୃଢ଼ କରିବାକୁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଛି । କିନ୍ତୁ ଏଠି ନାରୀଶକ୍ତିକୁ ବିରୋଧ କରାଯାଇ ତାଙ୍କ ବିକାଶରେ ଅନ୍ତରାୟ ସୃଷ୍ଟି କରୁଛନ୍ତି କିଛି ନ୍ୟସ୍ତସ୍ୱାର୍ଥ ଲୋକ । କବିସୂର୍ଯ୍ୟନଗର ବୁଢ଼ାମ୍ବ ଅଞ୍ଚଳରେ ଏପରି ଏକ ଅଘଟଣ ଘଟାଇଛନ୍ତି କିଛି ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ବୁଢ଼ାମ୍ବ ଏସ୍‌ଏସ୍‌ଜି ମହିଳାମାନେ ଚଉଠି ବନ୍ଧ ନାମକ ବୁଢ଼ାମ୍ବ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଆଗରେ ଥିବା ପୋଖରୀକୁ ଲିଜନେଇ ମାଛ ଚାଷ କରୁଥିଲେ । ପୋଖରୀରେ ଗତ ଦୁଇଦିନ ତଳେ ଲକ୍ଷାଧିକ ଟଙ୍କାର ଯାଁଳା ଛାଡିଥିଲେ । ପୂର୍ବରୁ ବି ସେଥିରେ ଯାଁଳା ଛଡ଼ାଯାଇଥିଲା ।

ସେଗୁଡିକ ୬୦୦ରୁ ୮୦୦ ଗ୍ରାମ ହୋଇଯାଇଥିଲା । କିଛି ଦିନ ପରେ ମାଛ ଧରିଥାନ୍ତେ । କିନ୍ତୁ ଗତକାଲି ରାତ୍ର କିଛି ଦୁର୍ବୃତ୍ତ ଉକ୍ତ ପୋଖରୀରେ ବିଷ ପକାଇଦେଇଥିବା ଅଭିଯୋଗ ଆଣିଛନ୍ତି ଏସ୍‌ଏସ୍‌ଜି ମାଆମାନେ । ଏନେଇ ବୁଢ଼ାମ୍ବ ଫାଣ୍ଡିରେ ଅଭିଯୋଗ ଦେଇଛନ୍ତି। ତିନି ଲକ୍ଷ ଟଙ୍କାରେ ଆଣିଥିବା ଲିଜ୍ ଋଣ କିପରି ସୁଝିବେ ଓ ଯାଁଳା ପଇସା, ସାର ପଇସା କିପରି ଭରଣା କରିବା ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସିଦ୍ଧେଶ୍ୱର ଏସଏସଜି ମହିଳା ଗ୍ରୁପ୍‌ର ସଭାପତି ରଙ୍ଗବତୀ ଗୌଡ଼, ସମ୍ପାଦକ ସ୍ୱରସ୍ୱତୀ ପାଣିଗ୍ରାହୀ, ଜୟନ୍ତି ଗୌଡ଼ ଆଦି ଏନେଇ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking