38.1 C
Bhubaneswar
Saturday, April 20, 2024
Homeଓଡିଶାଆଜିଠୁ ଯୁକ୍ତ +୨ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଆଜିଠୁ ଯୁକ୍ତ +୨ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଆଜି ଠାରୁ ଯୁକ୍ତ ୨ ର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ହେବ ନାମଲେଖା। ୫ ଲକ୍ଷ ସିଟ୍‌ ପାଇଁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟର ୨ହଜାରରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ନାମଲେଖା ଆବେଦନ ପ୍ରକ୍ରିୟା। ଛାତ୍ରଛାତ୍ରୀ ମାନେ www.samsodisha.gov.in ରେ ଆବେଦନ କରିପାରିବେ । ସେପ୍ଟେମ୍ବର ୫ ତାରିଖ ଯାଏ ଚାଲିବ ଆବେଦନ। ସେପ୍ଟେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୧୪ ରୁ ୨୧ ଯାଏ ଚାଲିବ ନାମଲେଖା। ସେପ୍ଟେମ୍ବର ୨୭ରେ ବାହାରିବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା। ଅକ୍ଟୋବର ୪ତାରିଖରେ ସ୍ପଟ ନାମଲେଖା ତାଲିକା ପ୍ରକାଶ ପାଇବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଟୋଲ୍‌ ଫ୍ରି ନମ୍ବର ୧୮୦୦-୩୪୫-୬୭୭୦ ଜାରି କରାଯାଇଛି। ଚଳିତବର୍ଷ ମାଟ୍ରିକ୍‌ରେ ପାସହାର ବଢିଥିବାରୁ ରାଜ୍ୟ ସରକାର କଲେଜମାନଙ୍କର ଭିତ୍ତିଭୂମି ଅନୁଯାୟୀ ଚଳିତ ଶିକ୍ଷାବର୍ଷ ପାଇଁ ପାଖାପାଖି ୫୫ ହଜାର ସିଟ୍‌ ବଢାଇଛନ୍ତି । କଳାରେ ସର୍ବାଧିକ ୩୮ ହଜାର ସିଟ୍‌ ବଢିଥିବା ବେଳେ ବିଜ୍ଞାନରେ ୨୫ ହଜାର ଓ ବାଣିଜ୍ୟରେ ୩୯୦୦ ସିଟ୍‌ ବଢିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking