33.1 C
Bhubaneswar
Sunday, April 28, 2024
Homeଓଡିଶାଏମ୍.ଡବ୍ଲୁ.ଜେ.ଏ ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ

ଏମ୍.ଡବ୍ଲୁ.ଜେ.ଏ ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ

ମୟୂରଭଞ୍ଜ: “ସେବା ହିଁ ସଙ୍ଗଠନର ମୂଳ ଧର୍ମ”। ଏହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଂଘ। ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଚୈତ୍ରପର୍ବ ଅବସରରେ ଜଳଦାନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ଜଳଛତ୍ର କାର୍ଯ୍ୟକ୍ରମ। ଏହି ସମୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ତୃଷାର୍ତ୍ତ ବାଟୋଇମାନେ ତୃଷ୍ଣା ମେଣ୍ଟାଇବାକୁ ଜଳ ଖୋଜିଥାନ୍ତି। ସେହି ଆବଶ୍ୟକତାକୁ ଦେଖି ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ପକ୍ଷରୁ ବାରିପଦା ବସଷ୍ଟାଣ୍ଡ ନିକଟ ସତ୍ୟସାଇ ଛକରେ ଶୁଭାରମ୍ଭ ହୋଇଛି ଜଳଦାନ କାର୍ଯ୍ୟକ୍ରମ।ସଙ୍ଘର ସଭାପତି ଡ଼ଃ ବିଜୟ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପୁର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଫିତାକାଟି ଉଦଘାଟନ କରିଛନ୍ତି। ତେବେ “ସେବା ହିଁ ସଙ୍ଗଠନର ମୂଳ ଧର୍ମ” ଉକ୍ତିକୁ ଯଥାର୍ଥ ଭାବେ କାର୍ଯ୍ୟକାରୀ କରି ପାରିଛି ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ବୋଲି ମତ ରଖିଥିଲେ ମୁଖ୍ୟଅତିଥି ପୁର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ସୂଚନା ଓ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାଏକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସମାଜସେବୀ ଆର୍ଯ୍ୟଭଟ୍ଟ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଉପସ୍ଥିତ ରହି କରୋନା କଟକଣା ନିୟମ ମଧ୍ୟରେ ବେଲ, ତରଭୁଜ, କଦଳୀକୁ ନେଇ ପ୍ରସ୍ତୁତ ସରବତ ସର୍ବସାଧାରଣଙ୍କ ନିମନ୍ତେ ବଣ୍ଟନ କରିବା ଭଳି ଏକ ମହତ କାର୍ଯ୍ୟ ହାତକୁ ନେଇଥିବାରୁ ସଂଘର ଉଚ୍ଚପ୍ରଶଂସା କରିଥିଲେ। ତେବେ ଉପସ୍ଥିତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଦୀପକ କୁମାର ନାୟକ, ଉପସଭାପତି ଅଭିଜିତ ମହାନ୍ତି, ଦୋଳଗୋବିନ୍ଦ ବାରିକ ଓ ମାନସ କୁମାର ବେହେରା, ଯୁଗ୍ମ ସମ୍ପାଦକ ପ୍ରିୟବ୍ରତ ମିଶ୍ର, ସୁବ୍ରତ ପ୍ରଧାନ, ସନ୍ତୋଷ ବରଜ, ସଞ୍ଜୟ ବାରିକ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଅଗ୍ରୱାଲା, କାର୍ଯ୍ୟକାରୀ କମିଟିର ସଦଶ୍ୟ ଲକ୍ଷ୍ମଣ କୁମାର ଜେନା, ସୁକୁମାର ପ୍ରଧାନ, ଅସୀତ କୁମାର ଗିରି, ରାମଚନ୍ଦ୍ର ଦାସ, ରୁପମ ସ୍ୱାଇଁ, ଦିଲ୍ଲୀପ କୁମାର ପାତ୍ର, ରାଜୀବ, ବିଶ୍ଵଜିତ ମହାନ୍ତି, ଦିନେଶ ପଟ୍ଟନାୟକ, ଶୃଙ୍ଖଳା କମିଟିର ସଦସ୍ୟ ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ରଞ୍ଜନ କୁମାର ଦାସ, ମିଡିଆ କୋର୍ଡିନେଟର ସୁବ୍ରତ କୁମାର ଦାସ, ପ୍ରଭାସ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ସ୍ଥାନଟି ସହରର କେନ୍ଦ୍ର ବିନ୍ଦୁ ରହିଥିବା ବେଳେ ଏଠାରେ ଜନଗହଳି ପ୍ରବଳ ଭାବରେ ଲାଗିରହିଥାଏ। ଖରା ବେଳେ ପଥଚାରୀ ପାନୀୟଜଳ ପାଇ ଆଶ୍ବସ୍ଥି ଲାଭ କରିଥିବା ଦେଖିବାକୁ ମିଳେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking