28.1 C
Bhubaneswar
Saturday, April 20, 2024
Homeରାମ ନବମୀଏହିଦିନ ପାଳନ କରାଯାଏ ରାମ ନବମୀ

ଏହିଦିନ ପାଳନ କରାଯାଏ ରାମ ନବମୀ

ନୂଆଦିଲ୍ଲୀ: ହିନ୍ଦୁ ପଂଚାଙ୍ଗ ଅନୁସାରେ, ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ପ୍ରତି ବର୍ଷ ରାମନବମୀ ଭାବରେ ପାଳନ କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ, ଏହି ଦିନ ପୁନର୍ବସ୍ତୁ ନକ୍ଷତ୍ର ଓ କର୍କ ଲଗନରେ ଅଯୋଦ୍ଧାରେ ରାଜା ଦଶରଥଙ୍କ ଘରେ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା । ଚଳିତ ବର୍ଷ ରାମନବମୀ ୨୧ ଏପ୍ରିଲ ବୁଧବାର ପଡୁଛି । ରାମନବମୀ ପର୍ବ ଧୂମଧାମରେ ସାରା ଦେଶରେ ପାଳନ କରାଯାଏ ଏବଂ ଏହିଦିନ ଭଗବାନ ରାମଙ୍କ ପୂଜାର୍ଚ୍ଚନା ବି କରାଯାଏ ।
ପୂଜାବିଧି
ନବମୀ ତିଥିରେ ସକାଳୁ ସୂର୍ଯୋଦୟ ପୂର୍ବରୁ ସ୍ନାନ ଆଦି କର୍ମ ସାରି ପୂଜାସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତୀ କିମ୍ବା ଫଟୋ ରଖନ୍ତୁ । ଏହାପରେ ରାମ ନବମୀ ବ୍ରତର ସଂକଳ୍ପ କରନ୍ତୁ । ଏହାପରେ ଶ୍ରୀରାମଙ୍କୁ ଧୂପ, ଦୀପ, ଚନ୍ଦନ, କର୍ପୂର ଆଦି ଦେଇ ପୂଜା କରନ୍ତୁ । ଏହାପରେ ରାମଙ୍କୁ ତୁଳସୀ ପତ୍ର ଓ କମଳ ଫୁଲ ଅର୍ପଣ କରନ୍ତୁ । ଫଳ ଓ ମିଠାର ଭୋଗ ଚଢାନ୍ତୁ । ଆରତି କରି ସମସ୍ତଙ୍କୁ ପ୍ରସାଦ ବାଣ୍ଟନ୍ତୁ । ଆପଣ ଚାହିଁଲେ ଏହି ଦିନ ରାମାୟଣ ପାଠ କିମ୍ବା ରାମରକ୍ଷା ସ୍ରୋତ ବି ପାଠ କରିପାରିବେ ।
ପୌରାଣିକ କଥା ଅନୁସାରେ, ଲଙ୍କା ରାଜା ରାବଣର ଅତ୍ୟାଚାର ପାଇଁ ସମସ୍ତେ ବ୍ୟଥୀତ ଥିଲେ, ଏମିତିକି ଦେବତା ମଧ୍ୟ । କାରଣ ରାବଣ ବ୍ରହ୍ମାଙ୍କ ଠାରୁ ଅମର ହେବାର ବରଦାନ ପାଇଥିଲା । ରାବଣକୁ ନିଜ କର୍ମର ଫଳ ଦେବାପାଇଁ ଭଗବାନ ବିଷ୍ଣୁ ପ୍ରଭୁ ଶ୍ରୀରାମଙ୍କ ରୂପରେ ଜନ୍ମ ନେବାର ନିଷ୍ପତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking