37.1 C
Bhubaneswar
Thursday, March 28, 2024
Homeଟେଲି ଦୁନିଆସିନେମା ଆରମ୍ଭ ପୂର୍ବରୁ ଦେଖାଯାଉଥିବା ଏହି ପେଜ୍ କଣ

ସିନେମା ଆରମ୍ଭ ପୂର୍ବରୁ ଦେଖାଯାଉଥିବା ଏହି ପେଜ୍ କଣ

ଭୁବନେଶ୍ୱର: ଯେତେବେଳେ ଆପଣ ଫୋନ କିମ୍ବା ସିନେମା ହଲରେ ମୁଭିଜ ଦେଖନ୍ତି, ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଏକ ପେଜ୍ ଦେଖିବାକୁ ମିଳେ । ତେବେ ଏହା କଣ । ଏହାକୁ ନ ଦେଖାଇ ସିଧା ସଳଖ ଫିଲ୍ମ କଣ ପାଇଁ ଆରମ୍ଭ କରାଯାଏନି । କହିରଖୁଛୁ, ଏହା ହେଲା ମୁଭି ସାର୍ଟିଫିକେଟ । ଯାହାକୁ ସେଣ୍ଟ୍ରୋଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଇସ୍ୟୁ କରିଥାଏ । କହିବାକୁ ଗଲେ ଏହାକୁ ଆପଣମାନଙ୍କ ପାଇଁ ହିଁ କରାଯାଏ । କାରଣ ଆପଣ ଯେଉଁ ମୁଭି ଦେଖୁଛନ୍ତି, ତାର କଣ୍ଟେଣ୍ଟ କଣ ତାହା ଆପଣ ଜାଣିବା ଦରକାର । ଆପଣ ଦେଖୁଥିବା ମୁଭି ପିଲାଙ୍କ ପାଇଁ ଉପଯୁକ୍ତ କି ନୁହେଁ, ସେଥିରେ ମାରପିଟ ଝଗଡା କେତେମାତ୍ରାରେ ପ୍ରଦର୍ଶିତ କରାଯାଇଛି । ଏସବୁ ଜିନିଷ ଆପଣ ଜାଣିପାରିବେ ୧୦ ସେକେଣ୍ଡର ସେହି ଫ୍ରେମକୁ ଦେଖିବା ପରେ । କେମିତି, ଆସନ୍ତୁ ଜାଣିବା । ଫିଳ୍ମ ଆରମ୍ଭ ହେବା ପୂର୍ବରୁ ଯଦି ଆପଣ ଏଥିରେ ‘ୟୁ’ ଏବଂ ହିନ୍ଦୀରେ ‘ଅ’ ଲେଖାଥିବା ଦେଖନ୍ତି, ଏହାର ଅର୍ଥ ତାହା ହେଲା ‘ଅନରେଷ୍ଟ୍ରିକଟେଡ’ । ଅର୍ଥାତ ତାକୁ କେହି ବି ଦେଖିପାରିବେ । ଯେ କୌଣସି ବୟସର ପିଲା ହୁଅନ୍ତୁ କି ବୟସ୍କ ବ୍ୟକ୍ତି, ସମସ୍ତେ ଦେଖିପାରିବେ । ଏହାପରେ ଆପଣ ‘ୟୁଏ’ ଲେଖାଥିବା ସାର୍ଟିଫିକେଟ ବି ଦେଖିଥିବେ । ଏହାର ଅର୍ଥ ହେଲା ‘ଅନରେଷ୍ଟ୍ରିକଟେଡ ୱିଥ କସନ’ । ଅର୍ଥାତ ସମସ୍ତେ ତ ଦେଖିପାରିବେ । ତଥାପି ଟିକିଏ ଧ୍ୟାନରେ ରଖିବାକୁ ହେବ । ଯେଉଁ ପିଲାଙ୍କ ବୟସ ୧୨ ବର୍ଷରୁ କମ୍ ଥିବ ସେମାନେ ନିଜ ବାପାମାଙ୍କ ସହ ଯାଇ ଦେଖିପାରିବେ ସେହି ଫିଲ୍ମକୁ । ୧୨ ବର୍ଷରୁ ଅଧିକ ବୟସର ପିଲା ଦେଖିପାରିବେ । ଏହାପରେ ଆସିବ ‘ଏ’ । ଏହାର ଅର୍ଥ ‘ଆଡଲ୍ଟ’ କେବଳ । ୧୮ ବର୍ଷରୁ ଅଧିକ ବୟସର ପିଲା ହିଁ ଏହାକୁ ଦେଖିପାରିବେ । ଲିଗାଲି ଦେଖିଲେ ୧୮ ବର୍ଷରୁ କମ ବୟସର ପିଲା ଏହାକୁ ଦେଖିବାର ଅନୁମତି ନାହିଁ । ଆଉ ଗୋଟେ ସାର୍ଟିଫିକେଟ ବି ଥାଏ । ଯାହା ବହୁତ କମ୍ ଦେଖିବାକୁ ମିଳେ । ଯେଉଁଥିରେ ‘ଏସ’ ଲେଖା ରହିଥାଏ । ‘ଏସ’ ର ଅର୍ଥ ହେଲା ‘ସ୍ପେଶାଲ’ ମୁଭି । କିଛି ମୁଭି ଏମିତି ବି ଆସେ ଯାହା ସ୍ପେଶାଲ ପ୍ରଫେସନାଲଙ୍କ ପାଇଁ ଆସେ । ଯେମିତିକି ଡକ୍ଟର, ସାଇଣ୍ଟିଷ୍ଟ, ଇଂଜିନିୟର୍ସ ଇତ୍ୟାଦି । କେବଳ ସେମାନଙ୍କ ପାଖରେ ଏହି ମୁଭି ଦେଖିବାକୁ ଅନୁମତି ଥାଏ । ଯାହାଙ୍କ ପାଖରେ ଡିଗ୍ରୀ ନଥାଏ ସେମାନେ ଦେଖିପାରିବେ ନାହିଁ । ପବ୍ଲିକଠୁ ଯେହେତୁ ଏହାକୁ ହିଡେନ ରଖାଯାଏ, ସେଥିପାଇଁ ଆପଣ ଏଭଳି ସାର୍ଟିଫିକେଟ ହୁଏତ ଦେଖିବାକୁ ପାଇନଥିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking