29.1 C
Bhubaneswar
Saturday, April 27, 2024
Homeଓଡିଶାଖାଁ ଖାଁ ଲାଗୁଚି ମା' କିଚକେଶ୍ୱରୀ ପୀଠ

ଖାଁ ଖାଁ ଲାଗୁଚି ମା’ କିଚକେଶ୍ୱରୀ ପୀଠ

ମୟୂରଭଞ୍ଜ : ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଖିଚିଂର ମା କିଚକେଶ୍ୱରୀ । ପୁରାଣରେ ବର୍ଣ୍ଣିତ କୀଚକ ରାଜାଙ୍କ ଆରାଧ୍ୟ ଦେବୀ ଥିଲେ ମା’ କିଚକେଶ୍ୱରୀ । କାଳକ୍ରମେ କୀଚକ ରାଜା ନାମ ଅନୁସାରେ ମା’ଙ୍କ ନାମ କିଚକେଶ୍ୱରୀ ହୋଇଥିବା କିମ୍ବଦନ୍ତୀ ରହିଛି । ମା’ଙ୍କ ରୂପ ହେଲା ଉଗ୍ରଚଣ୍ଡୀ ରୂପ । ମହାଭାରତ ସମୟରେ ଖିଚିଂ ଥିଲା ରାଜଧାନୀ । ମା’ଙ୍କ ସୁବୁଠାର ବଡ ପୂଜା ବାସନ୍ତିକ ପୂଜା ଏବଂ ଦୁର୍ଗାପୂଜା । ତେବେ ମା’ଙ୍କ ପୀଠରେ ଦୁର୍ଗାପୂଜାକୁ ଧୁମଧାମରେ ପାଳନ କରାଯାଇଥାଏ । ରାତ୍ର ସମୟରେ ଚଣ୍ଡୀପାଠ ସହିତ ଷଡ଼ଶ ଉପଚାର କରାଯାଇଥାଏ । ତେବେ ଦୁର୍ଗା ପୂଜାରେ ମା’ଙ୍କ ନିକଟରେ ମାଛ ଏବଂ ସୁରା ଭୋଗ ଲାଗିଥାଏ । ପୂର୍ବବର୍ଷ ମାନଙ୍କରେ ଓଡ଼ିଶା, ବିହାର, ବେଙ୍ଗଲ,ଝାରଖଣ୍ଡ ,ଛତିଶଗଡ଼ ପ୍ରଭୃତି ରାଜ୍ୟରୁ ଭକ୍ତ ଆସୁଥିଲେ କିନ୍ତୁ ଚଳିତ ବର୍ଷ ଭକ୍ତ ଶୂନ୍ୟ ହୋଇଯାଇଛି ମା’ଙ୍କ ପୀଠ । ଖାଁ ଖାଁ ଲାଗୁଚି ମନ୍ଦିର ପ୍ରାଙ୍ଗଣ । ବ୍ରାହ୍ମଣ ଏବଂ ସେବାୟତଙ୍କ ଉପସ୍ଥିତି ନୀତିକାନ୍ତି ସଂମ୍ପର୍ଣ୍ଣ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking