39.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଆଉ ୧୫ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ ?

ରାଜ୍ୟରେ ଆଉ ୧୫ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ଆଜି ରାଜ୍ୟରେ ୧୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧୨୨୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି, ସୁନ୍ଦରଗଡ, ମୟୂରଭଞ୍ଜ ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ବୌଦ୍ଧ, ବରଗଡ, ପୁରୀ, ଝାରସୁଗୁଡା, କନ୍ଧମାଳ, ସମ୍ବଲପୁର, ଗଜପତି, ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।


ସୂଚନା ଥାଉକି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଆଜି ମଧ୍ୟ ଚିହ୍ନଟ ଅକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳେ ରହିଛି। । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୬୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୦୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking