32.1 C
Bhubaneswar
Friday, April 26, 2024
Homeଓଡିଶାଅର୍ଥନୈତିକ ପେଣ୍ଠସ୍ଥଳୀ ହେବ ବାଲେଶ୍ୱର: ଧର୍ମେନ୍ଦ୍ର

ଅର୍ଥନୈତିକ ପେଣ୍ଠସ୍ଥଳୀ ହେବ ବାଲେଶ୍ୱର: ଧର୍ମେନ୍ଦ୍ର

ଭୁବନେଶ୍ୱର : ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୁପସାର ଦଲଦଲି ପଡିଆ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ଧର୍ମେନ୍ଦ୍ର କହିଛନ୍ତି ଯେ, ‘ପ୍ରଜାତନ୍ତ୍ରରେ କାହାର ଅହଂକାର ରହିନାହିଁ । କାହାର ମରିବା କାହା ପାଇଁ ସୁଯୋଗ କହିବା ଠିକ୍ ନୁହେଁ । ବାଲେଶ୍ୱର ବିକାଶ କରିବା ଆମ ପାଇଁ ମୂଳ ପ୍ରସଙ୍ଗ । ଯାହା ହାତରେ ସୁଯୋଗ ନାହିଁ, ସେମାନେ ନିର୍ବାଚନକୁ ସୁଯୋଗ ଭାବନ୍ତି । ଶାଢୀ ଓ ପଇସା ଦେଇ ପ୍ରଲୋଭିତ କରାଯାଉଛି । କରୋନା ବେଳେ ୨୨ ହଜାର କୋଟି ଟଙ୍କା କେନ୍ଦ୍ର ଦେଇଛି । ବାଲେଶ୍ୱର ସଦରର ବେକାର ଯୁବକ ବାହାରକୁ ଯାଉଛନ୍ତି । ୨୦ ବର୍ଷ ଶାସନ ପରେ ବି ସରକାର କାମ ଯୋଗାଇବାରେ ବିଫଳ ହୋଇଛନ୍ତି । ମୋଦୀ ଟଙ୍କା ଦେଉଛନ୍ତି, ମାତ୍ର ଏହାର ବିନିଯୋଗ ହେଉନି । ରାଜ୍ୟରେ ଚାଲିଛି ଏକ ସମ୍ବେଦନହୀନ ସରକାର । ବାଲେଶ୍ୱରରେ ଏୟାରପୋର୍ଟ ହେବା ଉଚିତ୍ କି ନୁହେଁ?ବାଲେଶ୍ୱରକୁ ଅର୍ଥନୈତିକ ପେଣ୍ଠସ୍ଥଳୀ କରିବା ଆମର ଦାୟିତ୍ୱ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking