35.1 C
Bhubaneswar
Wednesday, May 8, 2024
Homeଅପରାଧଲକଡାଉନର ସୁଯୋଗ ନେଇ ଚୋରାବାଲି ମାଫିଆ ସକ୍ରିୟ 

ଲକଡାଉନର ସୁଯୋଗ ନେଇ ଚୋରାବାଲି ମାଫିଆ ସକ୍ରିୟ 

 ମୟୂରଭଞ୍ଜ(ଘାସିରାମ ବେହେରା) -କରୋନାକୁ ନେଇ ଜାରୀ ହୋଇଥିବା ଲକଡାଉନ କାହାକୁ କନ୍ଦାଉଛି ତୋ ପୁଣି କାହାପାଇଁ ରୋଜଗାରର ଭରପୂର ସୁଯୋଗ ସୃଷ୍ଟି କରିଛି। ଏହି ସୁଯୋଗରେ ସକ୍ରିୟ ହୋଇଉଠିଛନ୍ତି ବାଲିମାଫିଆମାନେ। ସ୍ଥାନୀୟ ବିଭିନ୍ନ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଲୁଟୁଛନ୍ତି ବିପୁଳ ସରକାରୀ ରାଜସ୍ଵ। ଆଉ ଆଖି ଉହାଡରେ ଷ୍ଟକ କରି ବିକ୍ରି କରି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡ଼ା ତହସିଲ କାର୍ଯ୍ୟାଳୟ ଅଧୀନରେ। ଜିଲ୍ଲାରେ ଲାଗି ରହିଥିବା କରୋନା କଟକଣାକୁ ମଧ୍ୟ ଖାତିର ନାହିଁ ବାଲି ମାଫିଆଙ୍କ। ଏହାର ସୁଯୋଗ ନେଇ ଲକଡାଉନ ସମୟରେ ରାତିରେ ଚୋରା ବାଲିଚାଲାଣ ଆରମ୍ଭ କରିଛନ୍ତି ବାଲିମାଫିଆ । ଖାଲି ଚାଲାଣ ନୁହେଁ ବେଆଇନ ଭାବେ ନିଲାମ ହୋଇ ନଥିବା ନଦୀଘାଟରୁ ବିଳମ୍ବିତ ରାତିରେ ବାଲି ଉଠାଇ ନେଉଥିବା ଭଳି ଗୁରୁତ୍ତର ଅଭିଯୋଗ ହେଉଛି । ବର୍ଷ ତମାମ ଚୋରାରେ ବାଲି ଉଠାଇ ଚାଲୁଥିବା ବେଳେ ହଠାତ ଲକଡାଉନ ଘୋଷଣା ବାଲିମାଫିଆଙ୍କ ମୁଣ୍ଡବ୍ୟଥା କାରଣ ପାଲଟିଥିଲା । ହେଲେ ତାହାବି ବେଶ ଅଳ୍ପ ସମୟ ପାଇଁ ଦେଖା ଦେଇଥିଲା। କିନ୍ତୁ ଚୁପଚାପ ନ ବସି ପରିସ୍ଥିତି ଉପରେ ତୀକ୍ଷଣନଜର ରଖି ସୁଯୋଗ ଖୋଜୁଥିଲେ। ଆଉ ସୁଯୋଗ ହାତଛଡା ନ କରି ମୋଟା ଅଙ୍କର ଟଙ୍କା ରୋଜଗାର କରି ବାଲିଚୋରରୁ ପାଲଟିଗଲେ ଭଦ୍ରଲୋକ। ସେହିପରି ବେଆଇନ ଭାବେ ବାଲି ବିକ୍ରିକରି ଟଙ୍କା ରୋଜଗାର କରିବା ଯେମିତି ଏମାନଙ୍କର କୌଳିକବୃତ୍ତି ହୋଇଗଲାଣି ବୋଲି ସାଧାରଣରେ ଅଭିଯୋଗ ହେଉଛି । ତେବେ ବାଲି ମାଫିଆମାନେ ରାତିରେ ନଦୀରୁ ବାଲି ଉଠାଇ ଶୁନଶାନ ଜାଗା ବାଛି ବାଲି କୁ ଠୁଳ କରୁଥିବା ଦେଖାଯାଇଛି । ମୋରଡ଼ା ଆରଆଇ ସର୍କଲ ଅନ୍ତର୍ଗତ ଖୁରୁଣ୍ଟିଆ ଓ ପଳାଶମୁଣ୍ଡଳୀ ଗ୍ରାମର ବିଭିନ୍ନ ଜାଗାରେ ଶହ ଶହ ଟ୍ରିପ ବାଲିଠୁଳ ହୋଇଥିବା ବେଳେ ମୁରୁଡିନଦୀର ଏକ ଲଟାବୁଦା ଘେରା ସ୍ଥାନରେ ବାଲି ଠୁଳ ହୋଇଥିବା ଦେଖାଯାଇଛି । ତେବେ ବିଭିନ୍ନ ସମୟରେ ତହସିଲ କାର୍ଯ୍ୟାଳୟକୁ ଫୋନ କଲେ ପୋଲିସର ସହଯୋଗ ନ ହେଲେ ଧରିବା କଷ୍ଟ କହୁଥିବା ବେଳେ ପୋଲିସ  ଉପରେ ଦୋଷଲଦି ଚୁପ ବସୁଛି ରାଜସ୍ୱ ବିଭାଗ। ଅନ୍ୟପଟେ ରାଜ୍ୟ ସରକାର ପୋଲିସକୁ ମଧ୍ୟ ଚୋରା ବାଲିଚାଲାଣ ରୋକିବାର କ୍ଷମତା ନ୍ୟସ୍ତ କରିଥିବା ବେଳେ ବିଭିନ୍ନ ଆଳ ଦେଖାଇ ଚୁପ ରହିବା ସନ୍ଦେହ ଜନକ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ଦୁଇ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ଚୋରା ବାଲିଚାଲାଣ ରୋକିବା ଦିଗରେ ପଦକ୍ଷେପ ନେଇ ସରକାର ସହୁଥିବା ବିପୁଳ ରାଜସ୍ଵ କ୍ଷତିକୁ ଅଟକାଇବା ସହିତ ଗଚ୍ଛିତ ବେଆଇନ ବାଲି ଜବତ କରି ସମ୍ପୃକ୍ତାଙ୍କ ବିରୋଧରେ ଦୃଢ଼ ଆଇନଗତ ଭକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking