29.1 C
Bhubaneswar
Saturday, April 27, 2024
Homeଓଡିଶାରାଜଧାନୀରେ ମାସ୍କ ଚେକିଂ କଡାକଡି

ରାଜଧାନୀରେ ମାସ୍କ ଚେକିଂ କଡାକଡି

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଡାକଡି ହେବ ମାସ୍କ ଚେକିଂ । ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ହେବ । ସପିଂ ମଲ୍ ଓ ଜନଗହଳିପୂର୍ଣ୍ଣ ଅଂଚଳରେ କଡାକଡି ହେବ ଚେକିଂ । ବିଭିନ୍ନ ଥାନାକୁ ନେଇ ଏନଫୋର୍ସମେଣ୍ଟଟିମ ଗଠନ କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ପ୍ରଦାନ କରିଛନ୍ତି । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢୁଛି । ପ୍ରତିଦିନ ଶହେ ଉପରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତା ପୁଣି ବଢିଛି । ସେଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଆଜିଠୁ ମାସ୍କ ଚେକିଂ କଡାକଡି କରାଯିବ । ଯେଉଁମାନେ ମାସ୍କ ନପିନ୍ଧିବେ ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ରହିଛି । ସେଥିପାଇଁ ସରକାର କଡା ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି । ମାଲକାନଗିରିରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଥିବା ବେଳେ ରାଜଧାନୀରେ ସ୍ଥିତି ବିଗିଡିଲେ ନାଇଟ କର୍ଫ୍ୟୁ କିମ୍ବା ମିନି କଣ୍ଟେନମେଣ୍ଟ ଜୋନ କରାଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking